ମସ୍କୋ : ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଗତ ୨୫ ବର୍ଷ ହେବ କ୍ଷମତାରେ ରହି ଆସିଛନ୍ତି ଏବଂ ନିକଟ ଭବିଷ୍ୟତରେ ସେ ଏଥିରୁ ହଟିବାର କୌଣସି ଇଚ୍ଛା ବି ରଖି ନାହାନ୍ତି। ୨୦୨୪ରେ ରୁଷ୍ରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଏଥିରେ ଭ୍ଲାଦିମୀର ପୁଟିନ ପୁଣି ଥରେ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ସେ ଦେଶର ସବୁଠୁ ଶକ୍ତିଶାଳୀ ରାଜନୀତିକ ଚେହେରା। ଏଥିରେ ତାଙ୍କର ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସୁନିଶ୍ଚିତ ମନେକରାଯାଉଛି। ଯଦି ଏହିଥର ସେ ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି ତ ୨୦୩୦ ସୁଦ୍ଧା କ୍ଷମତାରେ ରହିବେ। ସେ ୧୯୯୯ ମସିହାକୁ କ୍ଷମତାର ଶୀର୍ଷରେ ରହିଛନ୍ତି ଏବଂ ସବୁଠୁ ଦୀର୍ଘ କାର୍ଯ୍ୟକାଳର ରେକର୍ଡ ପୂର୍ବରୁ ମଧ୍ୟ କରି ସାରିଛନ୍ତି। ତାଙ୍କୁ ୧୯୯୯ରେ ବୋରିସ ୟେଲତସିନଙ୍କ ଠାରୁ କ୍ଷମତା ମିଳିଥିଲା ଏବଂ ସେଦିନ ଠାରୁ ସେ ତିଷ୍ଠି ରହିଛନ୍ତି।
ଭୂକମ୍ପରୁ ପୁଟିନଙ୍କ ହତ୍ୟା ଷଡ଼ଯନ୍ତ୍ର ଯାଏ ... ସତ ହେବ କି ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟତ ବାଣୀ ?
ଭ୍ଲାଦିମୀର ପୁଟିନ ବିଶ୍ୱର ସେହି ପ୍ରମୁଖ ଶାସକଙ୍କ ମଧ୍ୟରେ ଜଣେ , ଯିଏ ଗତ ଅଢେଇ ଦଶକରୁ କ୍ଷମତାରେ ରହି ଆସିଛନ୍ତି। ୟୁକ୍ରେନ୍ରେ ଗତ ବର୍ଷ କରାଯାଇ ଥିବା ହମଲା ପରେ ତାଙ୍କର ଭୂମିକା ଦୃଢ ହୋଇ ଯାଇଛି। ତାଙ୍କର ଖ୍ୟାତିକୁ ଏହା ମନେକରାଯାଉଛି କି ସେ ଜୋସେଫ ଷ୍ଟାନିଲ୍ଙ୍କ ପରେ ସବୁଠୁ ଦୀର୍ଘ ସମୟ ଯାଏ ଶାସନରେ ଥିବା ରାଷ୍ଟ୍ରପତି ହୋଇ ଯାଇଛନ୍ତି। ଏହି ରୁଷୀୟ ରାଷ୍ଟ୍ରପତିଙ୍କୁ ୭ ଅକ୍ଟୋବରରେ ୭୧ ବର୍ଷ ବୟସ ହୋଇଯିବ। ନିକଟରେ ରୁଷ୍ରେ ଏକ ସର୍ଭେ ମଧ୍ୟ ଆସିଥିଲା , ଯେଉଁଥିରେ ୮୦ ପ୍ରତିଶତ ଲୋକ ତାଙ୍କର ସମର୍ଥନ କରିଛନ୍ତି। ଏବେ ଭ୍ଲାଦିମୀର ପୁଟିନଙ୍କ ପାର୍ଟି ଖୁବ୍ ଶୀଘ୍ର ନିର୍ବାଚନ ପ୍ରଚାରରେ ଓହ୍ଲାଇବାକୁ ଯାଉଛନ୍ତି।
ତାଙ୍କ ପାର୍ଟି ସୂତ୍ରାନୁସାରେ , ଏହା କୁହାଯାଇଛି କି , ନିଷ୍ପତ୍ତି ହୋଇ ସାରିଛି ଏବଂ ଭ୍ଲାଦିମୀର ପୁଟିନ ନିର୍ବାଚନକୁ ଓହ୍ଲାଇବେ। ବର୍ତ୍ତମାନ ପୁଟିନ୍ଙ୍କ ନର୍ବାଚନୀ ମୈଦାନକୁ ଓହ୍ଲେଇବା ପୂର୍ବରୁ ଏଜେଣ୍ଡା ଓ କ୍ୟାମ୍ପେନର ରଣନୀତି ପ୍ରସ୍ତୁତ ହେଉଛି। ଏକ ସୂତ୍ର କହିଛି , ବିଶ୍ୱର ବର୍ତ୍ତମାନର ସ୍ଥିତିକୁ ଦେଖି ଭ୍ଲାଦିମୀର ପୁଟିନ୍ ରୁଷ୍ ପାଇଁ ପୂର୍ବାପେକ୍ଷା ଅଧିକ ଜରୁରୀ ହୋଇ ଯାଇଛନ୍ତି। ସେ କହିଛନ୍ତି , ପୁଟିନଙ୍କ ପ୍ରାର୍ଥୀତ୍ୱକୁ ନେଇ ଖୁବ୍ ଶୀଘ୍ର ଔପଚାରିକ ଭାବେ ଘୋଷଣା କରାଯିବ। କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସ୍କୋଭ କହିଛନ୍ତି - ପୁଟିନ ମୈଦାନକୁ ଓହ୍ଲାଇଲେ , ତାଙ୍କ ବିପକ୍ଷରେ ଆଉ କେହି ରହିବେ ନାହିଁ।