ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ରାଜ୍ୟରେ ବଢିଲା ଶ୍ରମିକଙ୍କ ମଜୁରୀ, ୫ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ବର,୧୦।୭: ଶେଷ ହେଲା ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ। ୫ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ। ରାଜ୍ୟ ସର୍ବନିମ୍ନ ମଜୁରୀ ଅଧିନିୟମରେ କରାଯାଇଛି  ସଂଶୋଧନ। ସର୍ବନିମ୍ନ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି ନେଇ ମିଳିଛି କ୍ୟାବିନେଟ୍ ମୋହର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାରୁ ବୃଦ୍ଧି ଘଟିଛି। ସେଭଳି କୁଶଳୀ  ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା ଏବଂ ଉଚ୍ଚକୁଶଳୀଙ୍କ ୫୦୨ ରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। 

ଏହାଛଡା ଓଡିଆ ଅସ୍ମିତା ପାଇଁ ୨୦୦ କୋଟିର କପର୍ସ ଫଣ୍ଡ  ଘୋଷଣା କରାଯାଇଛି। ପ୍ରତିଷ୍ଠା ହେବ ଓଡିଆ ଅସ୍ମିତା ଭବନ,ଓ ଓଡିଆ ଅନୁବାଦ ଏକାଡେମୀ । ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଧି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି । ଗାଇଡଲାଇନ ପାଇଁ ବିଭାଗକୁ ନିର୍ଦେଶ ଦିଆଯାଇଛି। ଏହାଛଡା ଏକ୍ସପର୍ଟଙ୍କୁ ନେଇ କମିଟି ଗଠନ ହେବ।

ସେଭଳି ଉଠା ଜଳ ସେଚନ ବିଭାଗ ପ୍ରକଳ୍ପର ୨,୦୬୫ ଗୋଟି ଅଚଳ ପ୍ରକଳ୍ପକୁ ସଚଳ କରାଯିବ। ୫ ବର୍ଷ ଭିତରେ ୧ହଜାର ୪୪୪ କୋଟି୮୬ ଲକ୍ଷ ବିନିଯୋଗ ହେବ। ଏହାଛଡା ପିଏମ୍ କିଷାନରେ ଆଉ ୬ ଲକ୍ଷ ଚାଷୀ ସାମିଲ ହେବେ। ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ କରାଯିବ ସାମିଲ। କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ସାମିଲ କରାଯିବ। ଏହାଛଡା ୧୮୭୮୮ ଶିକ୍ଷକ ନିଯୁକ୍ତି ପାଇବା  ନେଇ ମୁଖ୍ୟମନ୍ତ୍ରୀଙ୍କ  ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି  ଗୁରୁତ୍ବପୂର୍ଣ୍ଣ  ବୈଠକରେ ନିଷ୍ପତ୍ତି ନିଆଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.