ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହର ମୃତ୍ୟୁ

ନୂଆଦିଲ୍ଲୀ,୬/୭:ଭାରତର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହର ମୃତ୍ୟୁ। ଗଜିନ୍ଦର ପାକିସ୍ତାନର ଲାହୋରରେ ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଇଣ୍ଡିଆନ ଏୟାରଲାଇନ୍ସ ଅପହରଣ ପଛରେ ଗଜିନ୍ଦରର ହାତ ଥିଲା । ଭାରତର ୨୦ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକାରେ ଗଜିନ୍ଦର ରହିଥିଲା । ସେ କଠୋରପନ୍ଥୀ ସଂଗଠନ ଦଲ୍ ଖାଲସାର ପ୍ରତିଷ୍ଠାତା ଥିଲା । ଗଜିନ୍ଦରକୁ ଭାରତକୁ ହସ୍ତାନ୍ତର କରିବାକୁ କୁହାଯାଇଥିଲେ ହେଁ ଆତଙ୍କବାଦୀ ସେଠାରେ ନଥିବା ପାକିସ୍ତାନ ପକ୍ଷରୁ ବାରମ୍ବାର ନଥିବା କୁହାଯାଇଥିଲା ।

ତେବେ ୧୯୮୧ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ୧୧୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ବେଳେ ଇଣ୍ଡିଆନ ଏୟାରଲାଇନ୍ସର ବିମାନକୁ ଅପହରଣ କରାଯାଇଥିଲା । ଉକ୍ତ ବିମାନ ଅପହରଣ ପଛରେ ହାତ ଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଗଜିନ୍ଦର ରହିଥିଲା । ଜେନେରାଲ ସିଂହ ଭିଣ୍ଡରୱାଲେ ଓ ଅନ୍ୟ ଖଲିସ୍ତାନୀ ଆତଙ୍କବାଦୀଙ୍କ ଗିରଫଦାରୀକୁ ବିରୋଧ କରି ଉକ୍ତ ଅପହରଣ ରଚାଯାଇଥିଲା । ଗଜିନ୍ଦର ପାକିସ୍ତାନରେ ଲୁଚି ରହିଥିବା ନେଇ ୨୦୨୧ ମସିହାରେ ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ ଗଜିନ୍ଦର ସମେତ ଅନ୍ୟ ୫ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନରେ ୧୪ ବର୍ଷ ଜେଲଦଣ୍ଡ ଶୁଣାଣି ହୋଇଥିଲା । ୧୯୯୫ ମସିହାରେ ଗଜିନ୍ଦର ଜେଲରୁ ମୁକ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ବିରୋଧ ପରେ ଗଜିନ୍ଦରକୁ ଜର୍ମାନୀରୁ ପାକିସ୍ତାନକୁ ଆସିବାକୁ ପଡ଼ିଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.