ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଆପ୍, କହିଲା-ପାଣିର ମାତ୍ରା ବଢା ନଗଲେ ବଢିବ ଜଳସଙ୍କଟ

ନୂଆଦିଲ୍ଲୀ,୯।୬:  ଦିଲ୍ଲୀରେ ଜଳ ସଙ୍କଟ ସମ୍ପର୍କରେ ଜଳ ମନ୍ତ୍ରୀ ଆତିଶି ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀକୁ ଅତିରିକ୍ତ ପାଣି ଛାଡ କରିବାକୁ ସେ ସିଏମଙ୍କୁ ଦାବି କରିଛନ୍ତି। ଆପ୍ ମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ସାତୋଟି ଜଳ ବିଶୋଧନାଗାର ମୁନାକର ପାଣି ଉପରେ ନିର୍ଭର କରେ। ଯଦି ଆଜି ପାଣିର ପରିମାଣ ବୃଦ୍ଧି ନହୁଏ ତେବେ ଆଗାମୀ ଦିନରେ ଦିଲ୍ଲୀରେ ଜଳ ସଙ୍କଟ ଆହୁରି ଗଭୀର ହେବ।

ଏହାପୂର୍ବରୁ ଶନିବାର ଜଳ ମନ୍ତ୍ରୀ ଆତିଶି ମୁନକ କେନାଲର ଦୁଇଟି ଉପ-କେନାଲ ପରିଦର୍ଶନ କରିବା ପାଇଁ ବାୱାନାରେ ପହଞ୍ଚିଥିଲେ।ଏଠାରେ ଯାଞ୍ଚ ସମୟରେ ‌ ସେ ଜାଣିବାକୁ ପାଇଥିଲେ ଯେ, ଗତ ସାତ ଦିନ ଧରି ହରିୟାଣା କ୍ରମାଗତ ଭାବରେ କମ୍ ପରିମାଣର ଜଳ ପଠାଉଛି। ଦିଲ୍ଲୀର ମୁନାକ କେନାଲରୁ ୧୦୫୦ କ୍ୟୁସେକ୍ ଜଳ ମିଳିଥାଏ, କିନ୍ତୁ ବର୍ତ୍ତମାନ ଏହା ୮୪୦ କ୍ୟୁସେକକୁ ହ୍ରାସ ପାଇଛି।

ନିରୀକ୍ଷଣ ପରେ ପ୍ରେସ କନଫ୍ରେନ୍ସ କରି ଆତିଶି କହିଛନ୍ତି, ମୁନକ ନାଳରୁ କେବଳ ୮୪୦ କ୍ୟୁସେକ୍ ପାଣି ମିଳୁଛି, ସେଭଳି ୧୦୫୦ କ୍ୟୁସେକ୍ ପାଣି ମିଳିବା ଦରକାର। ମୁନକ ନାଳରୁ ଯଦି ଦିଲ୍ଲୀକୁ ସେ ହିସାବରେ ପାଣି କମ୍ ମିଳିବ ତେବେ ଏହାର ପ୍ରଭାବ ଦିଲ୍ଲୀର ୭ଟି ଓ୍ବାଟର ଟ୍ରିଟମେଣ୍ଟ ଫ୍ଲାଣ୍ଟ ଉପରେ ପଡିବ। ଏଭଳି ହେବେ ସହରକୁ ଆଗାମୀ କିଛି ଦିନରେ ପାଣିର ସମସ୍ୟା ଆହୁରି ଗମ୍ଭୀର ହୋଇଯିବ। ଭୀଷଣ ଜରମରେ ଦିଲ୍ଲୀର ଲୋକଙ୍କୁ ହଇରାଣରେ ପକାଇବା ପାଇଁ ହରିୟାଣା ସରକାର ରାଜନୀତି ବନ୍ଦ କରନ୍ତୁ ଓ ଦିଲ୍ଲୀକୁ ତା’ ଭାଗର ପାଣି ଦିଅନ୍ତୁ। ଦିଲ୍ଲୀର ଘରୋଇ ଉପଯୋଗୀ ପାଣି ପାଇଁ ସମ୍ପୂର୍ଣ୍ଣ ଭବରେ ଯମୁନା ନଦୀ ଉପରେ ନିର୍ଭର କରୁଛି। ଦିଲ୍ଲୀର ୭ଟି ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ଦିଲ୍ଲୀର ଘର ଗୁଡିକରେ ପାଣି ପହଁଞ୍ଚାଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.