ନୀଳଗିରି, ୧/୯ : ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଗୋହିରା ପମ୍ପଘର ଅଧୀନରେ ତେଲିପାଳ ପଞ୍ଚାୟତର ଗୋହିରା, ପୋଲସାହି ଓ ତୋଟାସାହି ଶତାଧିକ ପରିବାର ନିର୍ଭର କରନ୍ତି। ୩ ମାସ ହେଲା ପମ୍ପ ପୋଡିଯିବା କାରଣରୁ ଲୋକମାନେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଏ ବାବଦରେ ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ନେତାମାନଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଫଳରେ ଗ୍ରାମର ଶତାଧିକ ମହିଳା ବାଧ୍ୟ ହୋଇ ଗରା ,ବାଲ୍ଟି ଧରି ଶେରଗଡ ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥରେ ଧାରଣା ଦେଇଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ପାଣି ସମସ୍ୟା ଦୂର କରାନଗଲା ପର୍ଯ୍ୟନ୍ତ ଧାରଣରୁ ଉଠିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ।

ଆକ୍ରମଣ ମାମଲାର ୧୮ ବର୍ଷ ପରେ ଆସିଲା ରାୟ, ୬ ଜଣ ଅଭିଯ...
9/29/23, 8:38 PM