ପ୍ରମୂଖ ଖବର
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପାଣି ପାଇଁ ଡହଳ ବିକଳ, ସାତ ସପନ ପାଲଟିଛି ସରକାରୀ ଯୋଜନା

ଫିରିଙ୍ଗିଆ, ୨୩।୫: ବର୍ତ୍ତମାନ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି । କେଉଁଠି ଚୁଆ ପାଣି ଉପରେ ଲୋକେ ଭରସା କରୁଛନ୍ତି ତ କେଉଁଠି ନଦୀ ପାଣି ଉପରେ ଭରସା କରି ବର୍ଷ ତମାମ ଚଳୁଛନ୍ତି ଅନେକ ଗ୍ରାମବାସୀ l ଏମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଯେମିତି ସାତ ସପନ ପାଲଟିଥିବା ବେଳେ ଆଜି ପର୍ଯ୍ୟନ୍ତ ବି କୌଣସି ସୁବିଧା ପହଞ୍ଚି ପାରିନାହିଁ । ଯାହାଦ୍ୱାରା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଖରାଦିନରେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି l ଏମିତି ଏକ ଗାଁ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ପଞ୍ଚାୟତ ୭ ନମ୍ବର ୱାର୍ଡ ଡେରାକୁମ୍ପା ଗାଁ ନିକଟ ମଝି ସାହି ହରିଜନ ସାହିରେ l  

ଏହି ଗାଁ ଡେରାକୁମ୍ପା ଗାଁ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଗାଁଠାରୁ ଦୂରରେ ରହିଛି ଏହି ଗାଁରେ ୬ଟି ଦଳିତ ପରିବାର ରହିଛନ୍ତି ଗାଁରେ ପାଣି ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ବର୍ଷ ତମାମ ଗାଁରୁ କିଛି ଦୂରରେ ଥିବା ପାଟିଙ୍ଗ ନାଳରୁ ପାଣି ପିଇବା ଓ ଅନ୍ୟାନ୍ୟ ବ୍ୟବହାର କରୁଥିବା ବେଳେ ସୁନା ମୁଦି ନଦୀର ପାଣିରେ ଗାଧୋଉଥିବା କହିଛନ୍ତି ଗ୍ରାମବାସୀ । ଏବେ ନଦୀ ନାଳ ମଧ୍ୟ ସୁଖି ଯାଇଥିବା ବେଳେ ନଦୀ ପାଣି ମଧ୍ୟ ଗୋଳିଆ ହୋଇପଡ଼ିଛି ଯାହାକୁ ନେଇ ପାଣି ପାଇଁ ସମସ୍ୟା ପାଲଟିଛି l 

ପାଣି ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଫିରିଙ୍ଗିଆ ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଫଳ ହୋଇ ପାରିନାହିଁ l ତୁରନ୍ତ ଗାଁରେ ଏକ ନୂତନ ନଳକୂପ କିମ୍ବା ପିଇବା ପାଣି ଯୋଗାଇଦେବାକୁ ସମିତା ଦିଗାଲ, ଜୁମେଲୀ ଦିଗାଲ, ସନ୍ୟାସୀ ଦିଗାଲ, ଗୁରୁବନ ଦିଗାଲ, କିଶୋର ଦିଗାଲ, ଡମ୍ବରୁ ଦିଗାଲ ଓ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି l 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.