ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଆମେ ମୋଦିଙ୍କ ବିରୋଧରେ କହୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ସନ ନେଇଛୁ : ଭାରତ ଆସିବା ପୂର୍ବରୁ ସଂପର୍କ ଦୃଢ କରୁଛନ୍ତି ମୁଇଜ୍ଜୁ

ନୂଆଦିଲ୍ଲୀ : ଆସନ୍ତା ମାସରେ ଭାରତ ଗସ୍ତରେ ଆସିବା ପୂର୍ବରୁ ମାଳଦ୍ୱୀପର ରାଷ୍ଟ୍ରପତି ଭାରତ ସହ ଭଲ ସଂପର୍କ ଗଢିବାରେ ପ୍ରୟାସ କରିଛନ୍ତି। ନିକଟରେ ରାଷ୍ଟ୍ରପତି ମୁଇଜ୍ଜୁ କହିଛନ୍ତି , ଆମ ସରକାର ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କହୁଥିବା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ସେ କହିଛନ୍ତି, କାହାକୁ ବି ଏମିତି କଥା କହିବା ଉଚିତ୍‌ ନୁହେଁ। ମୁଁ କାହାର ବି ଏହିପରି ଅପମାନକୁ ସହ୍ୟ କରି ପାରିବି ନାହିଁ , ସେ ନେତା ହୁଅନ୍ତୁ କି ସାଧାରଣ ବ୍ୟକ୍ତି। ପ୍ରତି ମଣିଷର ନିଜର ସମ୍ମାନ ଓ ପ୍ରତିଷ୍ଠା ରହିଛି। 

ଏଥିପାଇଁ , ଚଳିତ ବର୍ଷ ଆରମ୍ଭରେ ମାଳଦ୍ୱୀପର ଯୁବ ମନ୍ତ୍ରଣାଳୟର ଉପମନ୍ତ୍ରୀ ମାନଙ୍କୁ ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିବା କାରଣରୁ ନିଲମ୍ୱିତ କରି ଦିଆ ଯାଇଥିଲା। ନୂଆଦିଲ୍ଲୀ ମାଲେ ସମ୍ମୁଖରେ ଏହି ମାମଲାକୁ ଜୋରଦାର ଢଙ୍ଗରେ ଉଠାଇ ଥିଲା। ମୋଦିଙ୍କ ଲାକ୍ଷାଦ୍ୱୀପ ଯାତ୍ରା ପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କର ପୋଷ୍ଟକୁ ନେଇ ମାଳଦ୍ୱୀପର ଉପମନ୍ତ୍ରୀମାନେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରି ଥିଲେ। ତାଙ୍କର ରାୟରେ , ଏହା କେନ୍ଦ୍ର ଶାସିତ ପ୍ରଦେଶ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପର ବୈକଳ୍ପିକ ପର୍ଯ୍ୟଟନ ସ୍ଥଳ ଭାବେ ଦର୍ଶାଇବା ଏକ ପ୍ରୟାସ ଥିଲା।

ରାଷ୍ଟ୍ରପତି ହେବା ପୂର୍ବରୁ ନିଜର ଇଣ୍ଡିଆ ଆଉଟ୍ କ୍ୟାମ୍ପେନକୁ ନେଇ ରାଷ୍ଟ୍ରପତି କହିଛନ୍ତି କି, ସେ କୌଣସି ବି ଦେଶ ବିରୋଧରେ ନାହାନ୍ତି , ଆମର କ୍ୟାମ୍ପେନ ଭାରତକୁ ବାହାର କରିବାର ନଥିଲା , କିନ୍ତୁ ଆମ ଦେଶରେ ବିଦେଶୀ ସେନାର ଉପସ୍ଥିତି ଏକ ଗୁରୁତର ସମସ୍ୟା ଥିଲା , ଯାହାର ଆମେ ବିରୋଧ କରୁଥିଲୁ। ମାଳଦ୍ୱୀପର ନ୍ୟୁଜ୍‌ ଏଜେନ୍ସି ଅଧାଧୁ ଡଟ୍‌ କମ୍‌ ସହ କଥା ହୋଇ ପ୍ରେସିଡେଣ୍ଟ ମୁଇଜ୍ଜୁ କହିଛନ୍ତି , ଏହି ସମସ୍ୟା କାରଣରୁ ଆମେ ସେହି କ୍ୟାମ୍ପେନ ଆରମ୍ଭ କରି ଥିଲୁ। ମାଳଦ୍ୱୀପର ଜନତା ଚାହାନ୍ତି ନାହିଁ କି କେହି ବି ବିଦେଶୀ ସେନା ତାଙ୍କ ମାଟିରେ ରୁହନ୍ତୁ। 

ଉଲ୍ଲେଖନୀୟ ଯେ, ଚୀନ୍‌ ସମର୍ଥକ ଭାବେ ପରିଚିତ ମୁଇଜ୍ଜୁ ରାଷ୍ଟ୍ରପତି ହେବା କ୍ଷଣି ମାଳଦ୍ୱୀପ ସହ ଭାରତର ସଂପର୍କ ଉତ୍ତେଜନାପୂର୍ଣ୍ଣ  ହୋଇ ଥିଲା। ରାଷ୍ଟ୍ରପତି ହେବା କ୍ଷଣି ମୁଇଜ୍ଜୁଙ୍କ ପକ୍ଷରୁ କୁହାଯାଇ ଥିଲା କି, ଭାରତ ନିଜ ଦ୍ୱାରା ଉପହାରରେ ଦେଇ ଥିବା ୩ଟି ଆଭିଏସନ ପ୍ଲାଟଫର୍ମକୁ ପରିଚାଳନା କରୁଥିବା  ୯୦ ଭାରତୀୟ ସେନା କର୍ମୀଙ୍କୁ ଫେରେଇ ନେଉ। ଏହାର ଜବବାରେ ଭାରତ ୧୦ ମଇ ସୁଦ୍ଧା ନିଜର ସେନା କର୍ମୀଙ୍କୁ ଫେରେଇ ନେଇଥିଲା ଏବଂ ତାଙ୍କ ସ୍ଥାନରେ ଡୋର୍ନିୟର ବିମାନ ଓ ଦୁଇଟି ହେଲିକପ୍ଟରର ପରିଚାଳନା ପାଇଁ ଅଣସୈନିକ କର୍ମୀଙ୍କୁ ମୁତୟନ କରି ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.