ଭୁବନେଶ୍ୱର,୨୦/୧୧: କୋରାପୁଟରେ ୧୨ ଡିଗ୍ରୀକୁ ଖସିଛି ପାରଦ । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଜି ଉଦୟଗିରିରେ ୧୩.୪, ସିମିଳିଗୁଡ଼ାରେ ୧୪.୫, ଦାରିଙ୍ଗିବାଡ଼ିରେ ୧୫.୫, ଫୁଲବାଣୀରେ ୧୫.୫ ଓ କିରେଇରେ ପାରଦ ୧୫.୭ ଡିଗ୍ରୀ ଥିଲା ।
ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତାପମାତ୍ରା କ୍ରମଶଃ ୩ରୁ ୪ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୩ ଡିଗ୍ରୀ ଥିଲା ।