ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଭୀଷଣ ହେଲା ବାତ୍ୟା 'ରେମାଲ', ମଝି ରାତିରେ ସାଗର ଦ୍ୱୀପ ଓ ଖେପୁପରା ମଝିରେ ସ୍ଥଳଭାଗ ଛୁଇଁପାରେ...

ଭୁବନେଶ୍ୱର ୨୬/୦୫:  ବଙ୍ଗୋପସାଗର ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆଜି ମଧ୍ୟରାତ୍ରିରେ ବାଂଲାଦେଶ ଓ  ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ସାଗର ଦ୍ୱୀପ ଓ  ଖେପୁପରା ମଝିରେ ଏହା ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ (ଆଇଏମ୍‌ଡି)  ପୂର୍ବାନୁମାନ କରିଛି । ବାତ୍ୟା ରେମାଲ୍‌ ଲ୍ୟାଣ୍ଡଫଲ୍‌ କରିବା  ସମୟରେ ୧୧୦ରୁ ୧୨୦ କିମି ବେଗରେ  ପବନ ବହିପାରେ । ପବନର ଝଟ୍‌କା  ୧୩୫ କିମି ଯାଏ ଅନୁଭୂତ ହେବ । ବାତ୍ୟା  ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗାଙ୍ଗେୟ ପଶ୍ଚିମବଙ୍ଗର ପୂର୍ବ ଭାଗରେ ଓ ବାଂଲାଦେଶକୁ ଲାଗିଥିବା  ଅଞ୍ଚଳରେ ୨୬ ଓ ୨୭ ତାରିଖ ଦୁଇ ଦିନ  ଅତି ପ୍ରବଳ ବର୍ଷା ହେବ । ୨୮ ତାରିଖରେ  ବି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ୨୬, ୨୭ ତାରିଖ ଉତ୍ତର  ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହିବ ।  ଏଥିପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ  ନ ଯିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ରେମାଲ ପାଇଁ ଦୀଘା ସମୁଦ୍ର କୂଳ ଖାଲି କରିଦିଆଯାଇଛି। ଏଥିସହି ଦିନ ୧୨ଟାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବିମାନ ସେବା ଉପରେ କଟକଣା ଜାରି କରାଯାଇଛି। ପଶ୍ଚିମବଙ୍ଗ- ଭୁବନେଶ୍ୱର ରୁଟରେ କିଛି ଟ୍ରେନ୍ ବାତିଲ୍ କରାଯାଇଥିବା ସୂଚନା ମିଳିଛି। ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରିଲିଫ କ୍ୟାମ୍ପ ମଧ୍ୟ ଖୋଲାଯାଇଛି। ଏଥିସହିତ ସମୁଦ୍ର କୂଳିଆ ଲୋକଙ୍କ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଉଛି। ମାଇକ୍ ଯୋଗେ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.