ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା , ପାଣିପାଗ ବିଭାଗର ସତର୍କ ସୂଚନା ଜାରି

ନୂଆଦିଲ୍ଲୀ – ଉତ୍ତର ଭାରତରେ ଜାରି ପ୍ରବଳ ତାତି ମଧ୍ୟରେ ପାଣିପାଗ ବିଭାଗ (ଆଇଏମଡି) ପ୍ରମୁଖ ସୂଚନା ଦେଇଛି। ପାଣିପାଗ ବିଭାଗ କହିଛି କି, ଆଗାମୀ ଦୁଇଦିନ ଯାଏ ଦକ୍ଷିଣୀ କୋଙ୍କଣ , ଗୋଆ , ଦକ୍ଷିଣୀ ମଧ୍ୟ ମହାରାଷ୍ଟ୍ର, ତଟୀୟ ଓ ଉତ୍ତରୀ ଇଣ୍ଟେରିୟର କର୍ଣ୍ଣାଟକରେ ପ୍ରବଳରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିରେ ଲୋକଙ୍କ ଆଲର୍ଟ ରହିବାର ଆବଶ୍ୟକ ରହିଛି। ହେଲେ ଉତ୍ତର ପଶ୍ଚିମ ଭାରତର ଅନେକ ରାଜ୍ୟରେ ୯ ଜୁନ୍‌ରୁ ହିଟ୍‌ୱେଭ୍‌ ଜାରି ରହିବାର ପୁଣି ସମ୍ଭାବନା ରହିଛି।  ଏହା ବ୍ୟତୀତ ଉତ୍ତର ପ୍ରଦେଶ ,ପୂର୍ବୋତ୍ତର ଭାରତର ରାଜ୍ୟ ଗୁଡ଼ିକରେ ଆଗାମୀ ୫ ଦିନ ଯାଏ ହିଟ୍‌ ୱେଭ୍‌ ଭଳି ସ୍ଥିତି ଜାରି ରହିବ।

ପାଣିପାଗ ବିଭାଗ ସାଉଥ୍‌ୱେଷ୍ଟ ମନସୁନ୍‌ ଉପରେ ମଧ୍ୟ ଅପଡେଟ୍‌ ଦେଇଛି ଏବଂ କହିଛି କି ୯ଜୁନ୍‌ରେ ଏହା ମହାରାଷ୍ଟ୍ରର ମୁମ୍ୱାଇ , ସେଣ୍ଟ୍ରାଲ ଆରବ ସାଗର ଆଦିରେ ପହଞ୍ଚି ଯାଇଛି। ସେପଟେ ଆଗାମୀ ୭ଦିନ ଯାଏ ଅରୁଣାଚଳ ପ୍ରଦେଶ , ଆସାମ , ମେଘାଳୟ , ନାଗାଲ୍ୟାଣ୍ଡ , ମଣିପୁର , ମିଜୋରାମ , ତ୍ରିପୁରା , ସବ୍‌ ହିମାଳୟୀ ପଶ୍ଚିମ ବଙ୍ଗ , ସିକ୍କିମରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଯାଉଛି। ଏହା ବ୍ୟତୀତ କୋଙ୍କଣ , ଗୋଆ , ମଧ୍ୟ ମହାରାଷ୍ଟ୍ର , ମରାଠାୱାଡା , କର୍ଣ୍ଣାଟକ , କେରଳ , ମାହେ , ଲାକ୍ଷାଦ୍ୱୀପ, ତଟୀୟ ଆନ୍ଧ୍ର ପ୍ରଦେଶ , ୟନମ୍‌ , ରାୟଲସୀମା , ତେଲେଙ୍ଗାନା, ତାମିଲନାଡୁ , ପୁଡୁଚେରୀ , କରାଇକଲରେ ଆଗାମୀ ୪-୫ଦିନ ମଧ୍ୟରେ ବର୍ଷାର ସମ୍ଭାବନା ରହିଛି।

ସେପଟେ ଉତ୍ତର ପଶ୍ଚିମ ଭାରତର କଥା ଯଦି କହିବା ତ ଜମ୍ମୁ କାଶ୍ମୀର , ଲଦ୍ଦାଖ , ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡରେ ୯ ଜୁନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମୀ ରାଜସ୍ଥାନରେ ୯ ଓ ୧୦ ଜୁନ୍‌, ପୂର୍ବୀୟ ରାଜସ୍ଥାନରେ ଆଗାମୀ ୫ ଦିନ ଯାଏ ହାଲକା ବର୍ଷା , ଝଡ଼ ତୋଫାନର ଆଶଙ୍କା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.