ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଆସନ୍ତା ୧୪ ଯାଏ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ଆଜି-କାଲି କାଁ ଭାଁ କିଛି ସ୍ଥାନରେ ବର୍ଷିବ

ଭୁବନେଶ୍ୱର,୦୯/୦୭: ଆସନ୍ତା ୧୪ ତାରିଖ ଯାଏ  ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା  ହୋଇପାରେ । ୯ ଓ ୧୦ ତାରିଖରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । କିନ୍ତୁ ୧୧ରୁ ୧୪ ତାରିଖ ଯାଏ ବହୁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ  (ଆଇଏମ୍‌ଡି) ପୂର୍ବାନୁମାନ କରିଛି ।  

ଆଇଏମ୍‌ଡି ଆକଳନ ଅନୁସାରେ, ୯ ତାରିଖରେ ଉତ୍ତର  ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ସମ୍ଭାବନା ଅଛି। କିନ୍ତୁ କୌଣସି ସ୍ଥାନରେ ବଡ଼ ବର୍ଷା ନାହିଁ ।  

ସୋମବାର କୋରାପୁଟକୁ ଛାଡ଼ି ଦେଲେ ଅନ୍ୟ କେଉଁଠାରେ  ବିଶେଷ ବର୍ଷା ହୋଇନି । କୋରାପୁଟରେ ସକାଳୁ ସନ୍ଧ୍ୟା  ଭିତରେ ୫୧.୬ମିମି ବର୍ଷା ହୋଇଛି । ନୟାଗଡ଼ରେ ୧୩.୪,  ବାଲେଶ୍ୱରରେ ୭.୮, ପାରଳାଖେମୁଣ୍ଡିରେ ୬.୪, ରାୟଗଡ଼ାରେ  ୩.୫ମିମି ବର୍ଷା ହୋଇଛି ।

ଜୁନ୍‌ ୧ରୁ ଜୁଲାଇ ୮ ତାରିଖ ସୁଦ୍ଧା  ରାଜ୍ୟରେ ମୋଟ ୨୧୧.୬ମିମି ବର୍ଷା ହୋଇଛି । ୨୬% ନିଅଣ୍ଟିଆ  ବର୍ଷା ହୋଇଛି । ଗଜପତି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା,  ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ,  ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼,ବଲାଙ୍ଗୀର,  କଳାହାଣ୍ଡି ଓ ନୂଆପଡ଼ାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି ।  ବାଲେଶ୍ୱରରେ ନିଅଣ୍ଟିଆ ବର୍ଷା ସ୍ଥିତି ସବୁଠୁ ଅଧିକ ଅଛି

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.