ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

କେନ୍ଦ୍ର ଉପରେ ପୁଣି ବର୍ଷିଲେ ମମତା: କହିଲେ- ‘ଭୋଟ ପାଇଁ ଲୋକଙ୍କୁ ଡରାଉଛି ବିଜେପି, ସିଏଏକୁ ନେଇ ରାଜନୀତି କରୁଛି’

କୋଲକାତା,୨୯।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,  ବିଜେପି ଧମକ ଦେଉଛି ଯଦି ତାଙ୍କ ଦଳକୁ ଭୋଟ୍ ଦିଆନଯିବ, ତେବେ ଲୋକଙ୍କ ଘରେ ସିବିଆଇ ଓ ଇଡିକୁ ପଠାଯିବ। ସୋମବାର ମମତା ଏକ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେଇ କୁଚବିହାର ପହଁଞ୍ଚିଥିବା ବେଳେ ବିଜେପି ଉପରେ ଜୋରଦାର ବର୍ଷିଥିଲେ।

ମମତା କୁଚବିହାରରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, ବିଜେପି ଲୋକଙ୍କୁ ଫୋନ କରି ଧମକ ଦେଉଛି, ଯଦି ତାକୁ ଭୋଟ ଦିଆନଯିବ ତେବେ ତାଙ୍କ ଘରେ ଇଡି, ସିବିଆଇ ପଠାଯିବ। ମମତା ଆହୁରି କହିଛନ୍ତି, ସେ କୌଣସି ସ୍ବତନ୍ତ୍ର ଭଗବାନଙ୍କୁ ପୂଜା କରିବା ନେଇ ବିଜେପିର ନିର୍ଦେଶକୁ ପାଳନ କରିବାକୁ ବାଧ୍ୟ ନୁହେଁ। ସେ କହିଛନ୍ତି, ମୁଁ ରାମାୟଣ, କୋରାନ, ବାଇବେଲ୍‌ ଓ ଗୁରୁ ଗ୍ରନ୍ଥ ସାହିବ ପଢେ। ହେଲେ ତାଙ୍କ ଭଳି ନାଟକ କରୁନୁ। ସେମାନେ ଗରିବ ଓ ଦଳିତଙ୍କ ଘରକୁ ଯାଇ ତାଙ୍କ ଘରେ ଖାଇକି ଆସିବାର ଅଭିୟନ କରୁଛନ୍ତି। ହେଲେ ପ୍ରକୃତରେ ସେମାନେ ବାହାରୁ ଖାଦ୍ୟ ନେଇ କେବଳ ସେଠାରେ ଖାଆନ୍ତି।କେନ୍ଦ୍ର ସିଏଏ ପ୍ରସଙ୍ଗ ନେଇକି ଆସିଛି, ଯାହାଫଳରେ ସେ ଲୋକସଭା ନିର୍ବାଚନ ପୂର୍ବରୁ ଯେପରି ରାଜନୀତି କରିପାରିବ।

ଉଲ୍ଲେଖନୀୟ ଯେ,ଉତ୍ତର ବଙ୍ଗଳାକୁ ତାଙ୍କର ଗସ୍ତ ଲୋକସଭା ନିର୍ବାଚନ ପ୍ରସ୍ତୁତି ଭାବରେ ଦେଖାଯାଉଛି। ମମତା ଉତ୍ତର ବଙ୍ଗଳା ଗସ୍ତ କରିବା ଲୋକସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଭାବରେ ଦେଖାଯାଉଛି। ମମତା ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବାର ଘୋଷଣା କରିସାରିଛନ୍ତି। ମମତା ରବିବାର ନିଜର ୫ ଦିନିଆ ଉତ୍ତର ବଙ୍ଗଳା ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି। ତାଙ୍କର ଏହି ଯାତ୍ର ଏଭଳି ସମୟରେ ହୋଇଛି, ଯେତେବେଳେ ସେଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଯାଇଛି। ମମତାଙ୍କୁ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିନଥିଲା, ଯାହାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.