ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ଖୁସି ଖବର , ଆସିଲା ଆପ୍‌ର ନୂଆ ଲୁକ୍‌ ; ଅନେକ କିଛି ରହିଛି ଖାସ୍‌

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖୁସି ଖବର। କମ୍ପାନୀ ଆପ୍‌ର ଇଣ୍ଟରଫେସରେ ବଡ଼ ପରିବର୍ତ୍ତନ କରିଛି। ବ୍ୟବହାରୀଙ୍କୁ ହ୍ୱାଟ୍ସଆପ୍‌ର ନୂଆ ଲୁକ୍‌ ଖୁବ୍‌ ପସନ୍ଦ ଆସିଛି। ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ରେ ଉପର ଆଡ଼କୁ ଥିବା ୪ଟି ନେଭିଗେସନ ଟ୍ୟାବ୍ସକୁ ରିପ୍ଲେସ୍‌ କରି ବଟମରେ ପହଞ୍ଚାଇ ଦେଇଛି। 

ଇଣ୍ଟରଫେସରେ ଏହି ପରିବର୍ତ୍ତନକୁ କମ୍ପାନୀ ଅନେକ ମାସରୁ ଭିଟା ଭର୍ସନରେ ଟେଷ୍ଟ କରୁ ଥିଲା। ଏବେ ଏହାର ଷ୍ଟେବଲ ଭର୍ସନକୁ ଗ୍ଲୋବାଲ ବ୍ୟବହାରୀଙ୍କ ପାଇଁ ରୋଲଆଉଟ୍‌ କରାଯାଉଛି। ନୂଆ ଇଣ୍ଟରଫେସ୍‌ ଆସିବାରେ ୟୁଜରଙ୍କୁ ଗୋଟିଏ ହାତରେ ଫୋନ୍‌ କରିବା ସମୟରେ ହ୍ୱାଟ୍ସଆପ୍‌ ଟ୍ୟାବ୍‌ରେ ସ୍ୱିଚ୍‌ କରିବାରେ ସହଜ ହେବ। ହ୍ୱାଟ୍ସଆପ ଉକ୍ତ ଅପଡେଟ୍‌ର ସୂଚନା ଏକ୍ସରେ ପୋଷ୍ଟ କରି ଦେଇଛି। ଏଥିରେ କମ୍ପାନୀ ନୂଆ ଓ ପୁରୁଣା ଇଣ୍ଟରଫେସ୍‌ର ଫଟୋ ସେୟାର କରି ଥିଲା।

WABetainfo ଅନୁସାରେ , ହ୍ୱାଟ୍ସଆପ୍‌ ଖୁବ୍‌ ଶୀଘ୍ର ଷ୍ଟାଟସ୍‌ ଅପଡେଟ୍‌ ପାଇଁ ନୂଆ ଇଣ୍ଟରଫେସ୍‌ ରୋଲଆଉଟ୍‌ କରିବ। ନୂଆ ଇଣ୍ଟରଫେସ୍‌ରେ କମ୍ପାନୀ ୟୁଜରଙ୍କୁ ନୂଆ କମ୍ପୋଜର ଅଫର କରିବାକୁ ଯାଉଛି। ଏଥିରେ ୟୁଜରଙ୍କୁ ଅଲଗା ଅଲଗା ମିଡ଼ିଆ ଫର୍ମାଟ୍‌କୁ ଖୁବ୍‌ ଶୀଘ୍ର ସିଲେକ୍ଟ କରିବାର ଅପସନ ମିଳିବ। WABetainfo ଅନୁସାରେ, ଏହା ଲାଟେଷ୍ଟ ଅପଡେଟ୍‌ ହ୍ୱାଟ୍ସଆପ୍‌ ବିଟା ଫର୍‌ ଆଣ୍ଡ୍ରୟଡ୍‌ ୨.୨୪.୭.୧୬ରେ ମିଳିବ। ଏହି ଫିଚର ଏବେ ଟେଷ୍ଟିଂ ଫେଜ୍‌ରେ ରହିଛି। ବିଟା ଟେଷ୍ଟିଂ ପୂରା ହେବା ପରେ କମ୍ପାନୀ ଷ୍ଟେବଲ ଭର୍ସନକୁ ଗ୍ଲୋବାଲ ୟୁଜରଙ୍କ ପାଇଁ ରୋଲଆଉଟ୍‌ କରିବ। 


ହ୍ୱାଟ୍ସଆପ୍‌ରେ ଖୁବ୍ ଶୀଘ୍ର ଏହି କମାଲକର ଫିଚର ଏଣ୍ଟ୍ରି ହେବାକୁ ଯାଉଛି। ଏହି ନୂଆ ଟୁଲ୍‌ ୟୁଜର୍ସଙ୍କୁ ହ୍ୱାଟ୍ସଆପ୍‌ର ପର୍ସନଲାଇଜଡ୍‌ ଚ୍ୟାଟିଂ ଏକ୍ସପେରିୟନ୍ସ ଦେବ। WABetainfo ଅନୁସାରେ , ହ୍ୱାଟ୍ସଆପ୍‌ ୟୁଜରଙ୍କୁ ଫଟୋ ଏଡିଟିଂ ପାଇଁ ମିଳିବାକୁ ଥିବା ଏଆଇ ଟୁଲ୍‌ରେ ବ୍ୟାକଡ୍ରପ୍‌, ରିଷ୍ଟାଇଲ୍‌ ଓ ଏକ୍ସପାଣ୍ଡ ଭଳି ଅପସନ ମିଳିବ। ଏହି ଏଆଇ ଟୁଲ୍‌ ସାହାଯ୍ୟରେ ୟୁଜର ଆପ୍‌ରେ ହିଁ ନିଜର ଫଟୋକୁ ଏଡିଟ୍‌ କରି ଆହୁରି ଭଲ କରି ପାରିବେ। ଏହି ଫିଚର ଏବେ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ଅଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.