ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

' ଆପଣଙ୍କ କାର୍‌ର ଆକାର ପରି ମୋ ମାଆ ରହୁଥିବା ଘର ' : ଆମେରିକାରେ ଓବାମାଙ୍କୁ କହିଥିଲେ ପିଏମ୍‌ ମୋଦି

ୱାଶିଂଟନ : ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ସମୟରେ କ୍ୱାଡ୍ ସମ୍ମିଳନୀର ବୈଠକର ଯୋଗ ଦେବେ। ଏହାସହ, ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସହ ମଧ୍ୟ ସାକ୍ଷାତ୍‌ କରିବେ। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପର ଠାରୁ ନରେନ୍ଦ୍ର ମୋଦି ଅନେକ ଥର ଆମେରିକା ଗସ୍ତରେ ଯାଇ ସାରିଛନ୍ତି।

ମୋଦି ୨୦୧୪ ମସିହାରେ ଆମେରିକାକୁ ଯେବେ ଯାତ୍ରା କରିଥିଲେ, ସେତେବେଳେ ସେଠାରେ ରାଷ୍ଟ୍ରପତି ବାରାକ୍‌ ଓବାମା ଥିଲେ। ଏହି ଯାତ୍ରା ସହ ଜଡ଼ିତ ଏକ କଥା ଏବେ ସାମନାକୁ ଆସିଛି। 

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କୁ କହିଥିଲେ ଯେ , ତାଙ୍କର ଲିମୋଜିନ କାରର ଆକାରର ପାଖାପାଖି ସେହି ଘର , ଯେଉଁଥିରେ ତାଙ୍କ (ମୋଦି) ମାଆ ରୁହନ୍ତି। ସଂଯୁକ୍ତ ରାଷ୍ଟ୍ରରେ ଭାରତର ଦୂତ ବିନୟ କ୍ୱାତ୍ରା ଏହି ସୂଚନା ଦେଇଛନ୍ତି।

କ୍ୱାତ୍ରା କହିଛନ୍ତି ଯେ, ଏଥିରୁ ସାଧାରଣ ପୃଷ୍ଠଭୂମି ଥିବା ଉଭୟ ନେତାଙ୍କ ମଧ୍ୟରେ ଗଭୀର ସମ୍ୱନ୍ଧ ବିକଶିତ ହେବାରେ ସାହାଯ୍ୟ ମିଳିଥିଲା। ପୂର୍ବତନ ବିଦେଶ ସଚିବ କ୍ୱାତ୍ରା ପ୍ରଧାନମନ୍ତ୍ରୀଙ୍କ ସହ ସମ୍ୱନ୍ଧିତ ଘଟଣା ଗୁଡ଼ିକର ବିବରଣୀ ଦେଉଥିବା ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ମୋଦି ଷ୍ଟୋରୀ କୁ କହିଛନ୍ତି ଯେ, ଉଭୟ ନେତାଙ୍କ ମଧ୍ୟରେ ଉକ୍ତ କଥାବାର୍ତ୍ତା ସେହି ସମୟରେ ହୋଇଛି , ଯେବେ ସେ ଔପଚାରିକ ଆଲୋଚନା ପରେ ମାର୍ଟିନ ଲୁଥର କିଙ୍ଗ ଜୁନିୟର ସ୍ମାରକ ପାଇଁ ଏକାଠି ଯାଉଥିଲେ। 

କ୍ୱାତ୍ରା କହିଛନ୍ତି ଯେ ,ଯେବେ ମୋଦି ୧୦-୧୨ ମିନିଟ୍‌ର ଯାତ୍ରା ପାଇଁ ଓବାମାଙ୍କର ଲିମୋଜିନ କାରରେ ତାଙ୍କ ସାଥିରେ ବସିଥିଲେ , ଉଭୟଙ୍କ ମଧ୍ୟରେ ପରିବାର ବିଷୟରେ କଥାବାର୍ତ୍ତା ହୋଇଥିଲା। ଏକ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତାରେ ଓବାମା ମୋଦିଙ୍କ ମାଆଙ୍କ ବିଷୟରେ ପଚାରି ଥିଲେ। ହସି ହସି ପ୍ରଧାନମନ୍ତ୍ରୀ ଏକ ସ୍ପଷ୍ଟ ଓ ଅପ୍ରତ୍ୟାଶିତ ଜବାବ ଦେଇଥିଲେ। କହିଥିଲେ - ରାଷ୍ଟ୍ରପତି ଓବାମା , ବୋଧହୁଏ ଆପଣଙ୍କୁ ଏହା ବିଶ୍ୱାସ ହୋଇ ନପାରେ , କିନ୍ତୁ  ଆପଣଙ୍କ କାର୍‌ର ଆକାର ପାଖାପାଖି ସେହି ଘରର ଆକାର , ଯେଉଁଥିରେ ମୋ ମାଆ ରୁହନ୍ତି।

କହି  ରଖୁଛୁ କି , ଏହି ଯାତ୍ରା ବେଳେ କ୍ୱାତ୍ରା ଅନୁବାଦକ ଭାବେ ସେଠାରେ ଉପସ୍ଥିତ ଥିଲେ। କ୍ୱାତ୍ରା କହିଛନ୍ତି କି ମୋଦିଙ୍କ କଥା ଆମେରିକାର ରାଷ୍ଟ୍ରପତିଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସେ କହିଲେ ଯେ, ଏଥିରେ ତାଙ୍କୁ ମୋଦିଙ୍କ ସାଧାରଣ ଲାଳନ ପାଳନର ଏକ ଝଲକ ମିଳିଥିଲା। ୨୦୧୪ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କର ଏହା ପ୍ରଥମ ଆମେରିକା ଯାତ୍ରା ଥିଲା। ମୋଦିଙ୍କ ମାଆଙ୍କର ୨୦୨୨ରେ ପରଲୋକ ଘଟିଥିଲା। ସେ ଗୁଜରାଟରେ ନିଜର ପୁରୁଣା ଘରେ ହିଁ ରହୁଥିଲେ।    

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.