ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌, ପ୍ଲାଷ୍ଟିକ୍‌, ତମ୍ବା ନା ଆଲୁମିନିୟମ୍‌? ଜାଣନ୍ତୁ କେଉଁ ବୋତଲରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର

ଭୁବନେଶ୍ୱର ୦୧/୦୪: ପାଣି ପିଇବା କିମ୍ବା ରଖିବା ପାଇଁ ଆମେ ଭିନ୍ନ ଭିନ୍ନ ବୋତଲ ବ୍ୟବହାର  କରିଥାଉ । ଏପରିକି ମାର୍କେଟରେ ବିଭିନ୍ନ ପ୍ରକାରର ପାଣି ବୋତଲ  ମିଳିଯାଇଥାଏ । ଏସବୁ ବୋତଲକୁ ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ୱାଭାବିକ । କାରଣ କେଉଁ ବୋତଲରେ ପାଣି ପିଇବା  ସ୍ୱାସ୍ଥ୍ୟ ପାଇଁ ହିତକର ତାହା ସେମାନେ ଜାଣି ପାରିନଥାନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ବୋତଲରେ ପାଣି ପିଇବା କେତେ ସୁରକ୍ଷିତ? ସୁସ୍ଥ ରହିବା ପାଇଁ ପାଣିର ଗୁଣବତ୍ତାକୁ ଗୁରୁତ୍ୱ ଦେବା କେତେ ଜରୁରି  ସମସ୍ତେ ଜାଣିନ୍ତି । ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା କ୍ଷତିକାରକ ଏହା  ସମସ୍ତଙ୍କୁ ଜଣା । କିନ୍ତୁ ଷ୍ଟିଲ୍‌, ଆଲୁମିନିୟମ୍‌ ବା ତମ୍ବାର ବୋତଲକୁ  ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି । 

ପ୍ଲାଷ୍ଟିକ୍‌ ବୋତଲ ଆଦୌ ନୁହେଁ :

ପ୍ଲାଷ୍ଟିକ ବୋତଲ କମ୍‌ ଟଙ୍କା ହୋଇଥିବା ବେଳେ ନେବା-ଆଣିବାରେ  ମଧ୍ୟ ସୁବିଧା ହୋଇଥାଏ । ତେଣୁ ପ୍ରାୟ ଲୋକ ଏହାକୁ ଗୁରୁତ୍ୱ  ଦେଇଥାନ୍ତି । କିନ୍ତୁ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।  ଗରମ ଓ ଖରାରେ ଯିବା ଆସିବା ସମୟରେ ପ୍ଲାଷ୍ଟିକ ବୋତଲରୁ  ହାନିକାରକ ରସାୟନ ବାହାରି ପାଣିରେ ମିଶିଥାଏ, ଯାହାକୁ ଆମେ  ପରେ ପିଇଥାଉ । କିଛିଦିନ ପରେ ବିଭିନ୍ନ ରୋଗରେ ଆକ୍ରାନ୍ତ  ହେବାର ଆଶଙ୍କା ବଢିଥାଏ । ପ୍ଲାଷ୍ଟିକ୍‌ ବୋତଲରେ ବିସ୍ଫୋନଲ୍‌-ଏ  ଓ କେମିକାଲ୍‌ କମ୍ପୋନେଟ୍‌ ରହିଥାଏ, ଯାହା ପ୍ଲାଷ୍ଟିକ୍‌ ଜିନିଷକୁ  ମଜଭୁତ କରିବାରେ ସହଯୋଗ କରିଥାଏ । ପ୍ଲାଷ୍ଟିକ୍‌ ବୋତଲରେ  ଥିବା ଏହି ତତ୍ତ୍ୱ ପାଣି ସହ ମିଶି ଶରୀରକୁ ଯାଇଥାଏ । ଫଳରେ  ମୋଟାପଣ, ପ୍ରଜନନ କ୍ଷମତାରେ ସମସ୍ୟା ଓ କର୍କଟ ପରି ରୋଗର  ଆଶଙ୍କା ସୃଷ୍ଟି କରିଥାଏ । 

ମେଟାଲ୍‌ ବୋତଲ ଶ୍ରେଷ୍ଠ ବିକଳ୍ପ :

ପ୍ଲାଷ୍ଟିକ୍‌ ବୋତଲରୁ ହେଉଥିବା ସମସ୍ୟାକୁ ଜାଣିବା ପରେ  କୌଣସି ମେଟାଲ୍‌ ବା ଧାତୁ ବୋତଲ ବ୍ୟବହାର କରିବା ଉଚିତ୍‌ । ଅବଶ୍ୟ ଯେକୌଣସି ମେଟାଲ୍‌ ବା ଧାତୁ ବୋତଲ ପ୍ଲାଷ୍ଟିକଠାରୁ ଅଧିକ   ଟଙ୍କା ପଡିଥାଏ । କିନ୍ତୁ ଦୀର୍ଘ ଦିନ ଚାଲିଥାଏ । ସେହିପରି ଏହି ପାଣି  ବୋତଲରେ କୌଣସି ରାସାୟନ ନଥାଏ । ଏହାବ୍ୟତୀତ ପାଣିର  ତାପମାତ୍ରା ମଧ୍ୟ ନିୟନ୍ତ୍ରିତ ରହିଥାଏ । ତେବେ ଚାଲନ୍ତୁ ଜାଣିବା ପାଣି  ପିଇବା ପାଇଁ କେଉଁ ଧାତୁର ବୋତଲ ସର୍ବୋକୃଷ୍ଠ ।  

ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ :

ଯଦି ଅଧିକ ଦିନ ଚାଲିବାର ବିକଳ୍ପ ଖୋଜୁଥାନ୍ତି, ତେବେ ଷ୍ଟିଲ୍‌ ବୋତଲ ହିଁ   ଶ୍ରେଷ୍ଠ । ଏହା କ୍ଷତିକାରକ ରସାୟନଠାରୁ ମଧ୍ୟ ସୁରକ୍ଷା ଦେବା ସହ କଳଙ୍କି  ଲାଗିବାର ଭୟ ନଥାଏ । ଏଥିରେ ପାଣି ରଖିବା ଦ୍ୱାରା ସ୍ୱାଦ ଉପରେ କିଛି  ପ୍ରଭାବ ପଡି ନଥାଏ । ଏହାକୁ ସଫା କରିବାରେ କୌଣସି ସମସ୍ୟା ନଥାଏ ।  

ଆଲୁମିନିୟମ୍‌ ବୋତଲ :

ଏହା ଖୁବ୍‌ ହାଲ୍‌କା ଓ ପ୍ଲାଷ୍ଟିକ୍‌ଠାରୁ ବହୁ ଗୁଣରେ ଭଲ । କିନ୍ତୁ  ଏହାକୁ ଦୀର୍ଘଦିନ ବ୍ୟବହାର କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା  ଦେଖା ଦେଇଥାଏ । ଯେପରିକି ଡିମେନ୍‌ସିଆ ଓ ଆନେମିଆ ଆଦି ।  ସେହିପରି ଲିଭର୍‌ ଓ ପେଟ ସମସ୍ୟା ଆଦି ସୃଷ୍ଟି କରିଥାଏ ।

ତମ୍ବା ବୋତଲ :

କୁହାଯାଏ ତମ୍ବା ବୋତଲରେ ପାଣି ପିଇବା ଦ୍ୱାରା ହଜମ  ପ୍ରକ୍ରିୟା ତୀବ୍ର ହୋଇଥାଏ । ଏପରିକି ରୋଗ ପ୍ରତିରୋଧକ  ଶକ୍ତି ମଧ୍ୟ ବଢାଇଥାଏ । କିନ୍ତୁ କୌଣସି ଅମ୍ଲିୟ ପାନୀୟ  ସଂସ୍ପର୍ଶରେ ଆସିଲେ ପ୍ରତିକ୍ରିୟା ହେବା ସହ ରଙ୍ଗ ପରିବର୍ତ୍ତନ  କରି ସ୍ୱାଦରେ ମଧ୍ୟ ଭିନ୍ନତା ଆସିଥାଏ । କେବଳ ସ୍ୱାଦ  ନୁହେଁ,ଏପରି ପାଣି ଅଧିକ ପିଇବା ଦ୍ୱାରା ଶରୀର ଉପରେ  କ୍ଷତି ପହଞ୍ଚିବାର ଆଶଙ୍କା ମଧ୍ୟ ରହିଥାଏ ।  

ବୋତଲ କିଣିବା ସମୟରେ :  

ବୋତଲର କୋଟିଂ ଉପରେ ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ । ଏହା  ନନ୍‌-ଟକ୍ସିକ୍‌ ଓ ଫୁଡ୍‌ ସେଫ୍‌ ହୋଇଥିବା ଆବଶ୍ୟକ । ଉଚ୍ଚ ଗୁଣବତ୍ତା ଓ ଫୁଡଗ୍ରେଡ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ହିଁ କିଣନ୍ତୁ । ପାଣିର ତାପମାତ୍ରାକୁ ନିୟନ୍ତ୍ରିତ ରଖିପାରୁଥିବା ବୋତଲ ହିଁ କିଣନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.