ପ୍ରମୂଖ ଖବର
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ବିଶ୍ବର ଏହି ଦେଶରେ ରହିଛି କ୍ୟାନସରର ସବୁଠୁ ଅଧିକ ମାମଲା, ଜାଣନ୍ତୁ ଭାରତର ସ୍ଥାନ କେତେ...

ନୂଆଦିଲ୍ଲୀ: କ୍ୟାନସର ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥାଏ । ୱାର୍ଲ୍ଡ କ୍ୟାନସର ରିସର୍ଚ୍ଚ ଫଣ୍ଡ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁଯାୟୀ, ବିଶ୍ବରେ ସବୁଠି ଅଧିକ କ୍ୟାନସର ମାମଲା ଚୀନ୍‌ରେ ରହିଛି । ଏଠାରେ ପ୍ରାୟ ୪୮ ଲକ୍ଷ ଲୋକଙ୍କୁ କ୍ୟାନସର ରୋଗ ହୋଇଛି । ଯେତେବେଳେ କି, ଆମେରିକାର ନାମ ଦ୍ୱିତୀୟ ସ୍ଥାନରେ ଅଛି । ଏଠାରେ ପ୍ରାୟ ୨୩ ଲକ୍ଷ ଲୋକ କ୍ୟାନସର ରୋଗର ଶିକାର ହୋଇଛନ୍ତି । ତେବେ ଏହି ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତରେ ୧୪ ଲକ୍ଷରୁ ଅଧିକ ଲୋକ କ୍ୟାନସର ରୋଗର ଶିକାର ହୋଇଛନ୍ତି ।

ଭାରତରେ କ୍ୟାନସର ରୋଗର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଭାରତରେ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ନୂତନ କ୍ୟାନସର ରୋଗ ହେଉଥିବା ଜଣାଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ରିପୋର୍ଟ ଅନୁଯାୟୀ, ଉତ୍ତର-ପୂର୍ବ ଭାରତ ରାଜ୍ୟରେ ଏହି ରୋଗର ସର୍ବାଧିକ ହାର ଦେଖିବାକୁ ମିଳିଛି । ଏଥିରେ ବିଶେଷ କରି ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ଅନ୍ତର୍ଭୁକ୍ତ । ଏହି ରାଜ୍ୟ ଗୁଡିକରେ ତମାଖୁ ଅତ୍ୟଧିକ ବ୍ୟବହାର ଏବଂ ଜେନେଟିକ କାରଣରୁ ଏହି ରୋଗ ବୃଦ୍ଧି ପାଇଛି । 

କିଛି ସମୟ ପୂର୍ବରୁ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ନ୍ୟାସନାଲ୍ ସେଣ୍ଟର ଫର ଡିଜିଜ୍ ଇନଫରମେଟିକ୍ସ ଆଣ୍ଡ ରିସର୍ଚ୍ଚ (NCDIR) ନ୍ୟାସନାଲ କ୍ୟାନସର ରେଜିଷ୍ଟ୍ରି ପ୍ରୋଗ୍ରାମ ରିପୋର୍ଟ ୨୦୨୦ ପ୍ରକାଶ କରିଥିଲା । ଏହି ରିପୋର୍ଟରେ, ୨୦୨୦ ରେ ୧୩.୯ ଲକ୍ଷ କର୍କଟ ରୋଗ ସାମ୍ନାକୁ ଆସିଥିଲା ଏବଂ ଯାହା ଆକଳନ କରାଯାଇଥିଲା ଏହି ଧାରା ଅନୁଯାୟୀ୨୦୨୫ ମସିହାରେ ଏହି ରୋଗ ୧୫.୭ ଲକ୍ଷକୁ ବୃଦ୍ଧି ପାଇବ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.