ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁପରେ ଇରାନରେ କାହିଁକି ମନାଯାଉଛି ଉତ୍ସବ; ବାଣ ଫୁଟାଇ ନାଚଗୀତରେ ମସ୍‌ଗୁଲ ଲୋକେ

Image source: CNN

ନୂଆଦିଲ୍ଲୀ,୨୨/୦୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ସାରା ବିଶ୍ୱ ଏକପ୍ରକାର ସ୍ବବ୍ଧ ହୋଇଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ପରେ ଇରାନରେ ଉତ୍ସବ ପାଳନ କରାଯାଉଛି। ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇରାନୀୟମାନେ ବାଣ ଫୁଟାଇ ଖୁସି ମନାଉଥିବା ଦେଖିବାକୁ ମିଳିଛି। ଅନେକେ ହେଲିକପ୍ଟର ଦୁର୍ଘଟଣାକୁ ଖୁସିରେ ପାଳନ କରିବା ସହିତ ସୋସିଆଲ ମିଡିଆରେ ମେମ ସେୟାର କରୁଛନ୍ତି।

ଏହା ଉପରେ ଇରାନର ଆମେରିକୀୟ ସାମ୍ବାଦିକ ମାସିହ ଆଲିନାଜାଦ ଏକ୍ସ ରେ ଲେଖିଛନ୍ତି, 'ମୁଁ ଭାବୁଛି ଇତିହାସର ଏହା ହେଉଛି ଏକମାତ୍ର ଦୁର୍ଘଟଣା, ଯାହା ବିଷୟରେ ସମସ୍ତେ ଚିନ୍ତିତ ଅଛନ୍ତି ଯେ କେହି ବଞ୍ଚିନାହାନ୍ତି ତ! ବିଶ୍ୱ ହେଲିକପ୍ଟର ଦିବସର ଶୁଭକାମନା। ମାସିହ ଆହୁରି ଲେଖିଛନ୍ତି ଯେ, 'ଇରାନ ଆକାଶରେ ଉତ୍ସବମୁଖର ବାଣଫୁଟା ଭିଡିଓ ଫୁଟେଜ ସୋସିଆଲ ମିଡିଆରେ ଚହଳ ପକାଇଛି।'

The celebration over the death raisi the butcher and those he accompanied them including amir tge liar bave begun in saqez as well!
The whole nation is celebrating 🎉🎊🍾 
pic.twitter.com/FnQP2TaAZC

— Decado (@ItsDecado) May 19, 2024 "><blockquote class="twitter-tweet">

The celebration over the death raisi the butcher and those he accompanied them including amir tge liar bave begun in saqez as well!
The whole nation is celebrating 🎉🎊🍾 pic.twitter.com/FnQP2TaAZC

&mdash; Decado (@ItsDecado) May 19, 2024

କାହିଁକି ମନାଯାଉଛି ଉତ୍ସବ: 

ଅଲିନେଜାଦ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଜଣେ ମହିଳା ନାଚୁଥିବା ନଜର ଆସିଛନ୍ତି। ଭିଡିଓ ସେୟାର କରିବାବେଳେ ସାମ୍ବାଦିକ ଜଣକ ଦାବି କରିଛନ୍ତି ଯେ, 'ମହିଳାଙ୍କ ପୁଅକୁ କିଛି ମାସ ପୂର୍ବରୁ ଇବ୍ରାହିମ ରଇସି ହତ୍ୟା କରିଥିଲେ ଏବଂ ବର୍ତ୍ତମାନ ସେ ରଇସିଙ୍କ ମୃତ୍ୟୁରେ ଖୁସିରେ ନାଚୁଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ 'ମୁଁ ଆପଣଙ୍କୁ କହିଥିଲି ଯେ ଇରାନର ମହିଳାମାନେ ଅନେକ ଘାତ ପ୍ରତିଘାତର ସମ୍ମୁଖିନ ହୋଇଛନ୍ତି, କିନ୍ତୁ ସେମାନେ କଦାପି ଅତ୍ୟାଚାରୀଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ।' ଇବ୍ରାହିମ ରଇସି କେବଳ ଇରାନର ରାଷ୍ଟ୍ରପତି ନଥିଲେ, ବରଂ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଙ୍କ ପରେ ସେ ତାଙ୍କ ସ୍ଥାନ ନେବେ ବୋଲି କୁହାଯାଉଥିଲା। କିନ୍ତୁ ଏଭଳି ପରିସ୍ଥିତିରେ ଇରାନର କିଛି ଲୋକ ଇରାନର ଏତେ ବଡ଼ ବ୍ୟକ୍ତିତ୍ୱଙ୍କ ମୃତ୍ୟୁକୁ କାହିଁକି ପାଳନ କରୁଛନ୍ତି?

ସୂଚନାଥାଉକି, ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନ ପରେ ରାଇସି କ୍ଷମତାକୁ ଆସିଥିଲେ ଏବଂ ସେବେଠାରୁ ସେ ଅତ୍ୟନ୍ତ କଠୋର ସଂରକ୍ଷଣ ନୀତି ପ୍ରଣୟନ କରିଛନ୍ତି। ଇରାନରେ ଅସନ୍ତୋଷ ତଥା ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦମନ କରିବା ପାଇଁ ହିଜାବ ଆଇନ ଲାଗୁ କରିବା ଭଳି କଠୋର ନିୟମ ପଛରେ ରଇସି ଦାୟୀ ବୋଲି ବିବେଚନା କରାଯାଏ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.