ଲକ୍ଷ୍ନୌ, ୨୮/୮ : ଲକ୍ଷ୍ନୌ ସୁପର ଜାଏଣ୍ଟସ ବୁଧବାର ଆଇପିଏଲ୍ ୨୦୨୫ ସିଜନ ପୂର୍ବରୁ ଭେଟରାନ ଭାରତୀୟ ବୋଲର ଜହିର ଖାନଙ୍କୁ ମେଣ୍ଟର ଭାବେ ଘୋଷଣା କରି ଦେଇଛି । କୋଲକାତା ଏଲଏସଜିର ମାଲିକ ସଞ୍ଜିବ ଗୋୟନକା ଏବଂ ଜହୀର ଆଗାମୀ ସିଜିନ ଲାଗି ଟିମର ଯୋଜନା ବିଷୟରେ କଥା ହୋଇଛନ୍ତି । ଏହି ସମୟରେ ଟିମର ଅଧିନାୟକ କେଏଲ ରାହୁଲଙ୍କୁ ନେଇ ବି ଚର୍ଚ୍ଚା ଜୋର ଧରିଛି । ରାହୁଲଙ୍କ ଅଧିନାୟକରେ ଲକ୍ଷ୍ନୌର ଟିମ୍ ନିଜ ଆରମ୍ଭ ଦୁଇ ସିଜିନ ୨୦୨୨ ଏବଂ ୨୦୨୩ରେ ପ୍ଲେଅଫରେ ପହଞ୍ଚିଥିଲେ । ତୃତୀୟ ସିଜିନରେ ଟିମର ପ୍ରଦର୍ଶନ ଖରାପ ଥିଲା । ଏହାପରେ ରହୁଲଙ୍କ ଅଧିନାୟକକୁ ନେଇ ସସ୍ପେନ୍ସେ ଜାରି ରହିଛି ।
ଗତ ମାସରେ ବିସିସିଆଇ ସବୁ ଆଇପିଏଲ ଟିମର ମାଲିକଙ୍କ ସହ ମେଗା ଅକ୍ସନ, ଖେଳାଳୀଙ୍କୁ ରିଟନ କରିବା ଏବଂ ଇମ୍ପାକ୍ଟ ପ୍ଲେୟର ନିୟମ ଉପରେ ତାଙ୍କର ବିଚାରକୁ ନେଇ ଚର୍ଚ୍ଚା କରିବା ଲାଗି ବୈଠକ କରିଥିଲା । ଜାହିର ଖାନ ଇମ୍ପାକ୍ଟ ପ୍ଲେୟର ନିୟମ ରଖିବା ଉପରେ ପକ୍ଷରେ କହିଥିଲେ କି ଏହା ଅନକ୍ୟାପ୍ଡ ଭାରତୀୟ ଖେଳାଳୀଙ୍କ ବିକାଶରେ ବଡ଼ ଭୂମିକା ନିଭାଉଛନ୍ତି । ଲକ୍ଷ୍ନୌ ସ୍ଥିତ ଟିମ ସହ ରାହୁଲଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି କାରଣ ନିକଟରେ ତାଙ୍କ ଟିମ୍ ଛାଡ଼ିବାର ଚର୍ଚ୍ଚା ସାମ୍ନାକୁ ଆସିଥିଲା ।
ଏହି ସବୁ ଚର୍ଚ୍ଚା ଭିତରେ ମାଲି ସଞ୍ଜୀବ ଗୋୟନକା କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି କି ଅନୁଭବି ଓ୍ବିକେଟକିପର ଟିମର ଏକ ଅଭିନ୍ନ ଅଙ୍ଗ ହୋଇ ରହିଛନ୍ତି । ମାତ୍ର ସେ କହିଛନ୍ତି କି ଆଗାମୀ ସିଜନ ଲାଗି କେଏଲ ରାହୁଲଙ୍କୁ ଅଧିନାୟକ ରୂପରେ ଚୟନ କରିବା ଏବଂ ଖେଳାଳୀଙ୍କୁ ରିଟନ କରିବା ଉପରେ ନିଷ୍ପତ୍ତି ନେବା ଭୁଲ୍ ହେବ । ରାହୁଲ ଏବଂ ସଞ୍ଜିବ ଗୋୟନକାଙ୍କ ମଧ୍ୟରେ ଗତ ଆଇପିଏଲ୍ ମ୍ୟାଚ୍ ସମୟରେ ପଡ଼ିଆରେ ବହୁ ବଚସା ମଧ୍ୟ ହୋଇଥିଲା । ଏହାପରେ ଏହା ଚର୍ଚ୍ଚା ଲାଗି ରହିଥିଲା କି ରାହୁଲ ଟିମରୁ ଅଲଗା ହୋଇପାରନ୍ତି ।