ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନବବିବାହିତାଙ୍କ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫିରିଙ୍ଗିଆ,୨।୫ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଞ୍ଚାୟତ ଅଧୀନରେ ଥିବା କଡୁରାହା ପଙ୍ଗାପଡା ଗାଁ ରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ଗାଁ ର ଏକ ଘର ଭିତରୁ ଜଣେ ନବବିବାହିତଙ୍କ ମୃତଦେହକୁ ପୋଲିସ ଜବତ କରିଛି I ତେବେ ମୃତ ଯୁବତୀ ଜଣକ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କଟରିଙ୍ଗିଆ ପଞ୍ଚାୟତ ନେଡିପଦର ଗାଁର ପବିତ୍ର କହଁର ଙ୍କ ଝିଅ କବିତା କହଁର I 

ଯୁବତୀଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଗତ କିଛିଦିନ ତଳେ ମୃତ ଯୁବତୀଙ୍କୁ ଜଣେ ଯୁବକ ଜୋର ଜବରଦସ୍ତ ଅପହରଣ କରିନେଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଂଚାୟତ କଡୁରାହା ପଙ୍ଗାପଡା ଗାଁର ଵାଲେ କହଁରଙ୍କ ପୁଅ ସତ୍ୟବାନ କହଁର ଅପହରଣ କରିନେଇଥିବା ଜାଣିବାକୁ ପାଇଥିଲେ I ତେବେ ଅପହରଣକାରୀ ଯୁବକ ଜଣକ ନିଜ ଜାତିର ହୋଇଥିବାରୁ ପରିବାର ଲୋକେ କିଛି କହି ନ ଥିଲେ I ଗତ ୧୩ ତାରିଖରେ  ଯୁବତୀ ଜଣକ ତାଙ୍କୁ ତାଙ୍କ ସ୍ୱାମୀ ସତ୍ୟବାନ କହଁର ଓ ତାଙ୍କ ପରିବାର ନିର୍ଯାତନା ଦେଉଛନ୍ତି କହି ଲୁଚିଛପି ତାଙ୍କ ବାପା ଘର କଟରିଙ୍ଗିଆ ନେଡିପାଙ୍ଗାକୁ ଚାଲିଆସିଥିଲେ I ଗତ ୧୬ ତାରିଖରେ ପୁଣି ଯୁବକ ଓ ତାଙ୍କ ପରିବାର ଲୋକେ ଝିଅକୁ ବୁଝା ସୁଝା କରି ନିଜ ଘରକୁ ନେଇ ଯାଇଥିଲେ I ତେବେ କବିତା ତାଙ୍କ ଶଶୁର ଘର କଡୁରାହା ପଙ୍ଗାପଡାକୁ ଆସିବାର ମାତ୍ର ପନ୍ଦର ଦିନ ନପୂରୁଣୁ   ହଠାତ ତାର ମୃତ୍ୟୁ ହେବା ସହଜରେ ଗ୍ରହଣ କରିପାରୁନାହାନ୍ତି ଯୁବତୀଙ୍କ ପରିବାର ଲୋକେ I ଘଟଣାକୁ ନେଇ କବିତାଙ୍କ  ପିତା ତାଙ୍କ ଝିଅକୁ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଏତଲା ଦେଇଛନ୍ତି I ଏତଲା ଅଧାରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ପହଂଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ତଦନ୍ତ କରୁଛନ୍ତି। ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଯୁବତୀଙ୍କ ସ୍ୱାମୀ ସତ୍ୟବାନ କହଁରକୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.