ନୂଆଦିଲ୍ଲୀ – ସୁସ୍ଥ ରହିବା ପାଇଁ ଯେମିତି ଖାଦ୍ୟପେୟର ଜରୁରୀ ହୋଇଥାଏ , ଏହିପରି ଶୋଇବା ମଧ୍ୟ ଆମ ପାଇଁ ଆବଶ୍ୟକ ହୋଇଥାଏ। ରାତିରେ ଶୋଇବା ସମୟରେ ଆମ ଶରୀର ହର୍ମୋନ କ୍ଷରଣ କରିଥାଏ , ଯାହା କୋଷିକା ଗୁଡ଼ିକୁ ପୁନର୍ଗଠନ କରିବା ଓ ଶରୀରରେ ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ। ନିଦ ଆମ ମସ୍ତିଷ୍କକୁ ଶିଖିବା ଓ ସ୍ମୃତିଶକ୍ତିକୁ ମଜବୁତ କରିବାର କ୍ଷମତା ପ୍ରଦାନ କରିଥାଏ। ଯାହାକି ଆମେ ତା ପର ଦିନ ଉଠି ସତେଜ ଭାବେ କାମ କରି ପାରିବା।
କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟହେବେ କି , ଦୁନିଆରେ ଜଣେ ମହିଳା ଏମିତି ବି ଅଛନ୍ତି , ଯିଏ ଗତ ୩୦ ବର୍ଷ ହେବ ଶୋଇ ନାହାନ୍ତି। ମହିଳାଙ୍କ ଦାବି ଯେ, ସେ ନିଜ ଜୀବନର ୩୦ ବର୍ଷ ଜାଗ୍ରତ ରହି ବିତେଇଛନ୍ତି। ଯଦି ଆପଣ ଭାବୁ ଥିବେ ଏହା କେମିତି ସମ୍ଭବ, ତ ମହିଳା ଏହା ପଛରେ ଏକ ହୃଦୟସ୍ପର୍ଶୀ କାରଣ ମଧ୍ୟ କହିଛନ୍ତି। ଏହି ମହିଳାଙ୍କର ପୂରା କାହାଣୀ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ରହି ଯିବେ।
ଏକ ରିପୋର୍ଟ ମୁତାବିକ , ଭିଏତନାମରେ ରହୁଥିବା ଜଣେ ମହିଳା ନିକଟରେ ଏକ ଅଜବ ଦାବି କରିଛନ୍ତି। ମହିଳାଙ୍କ କହିବାନୁସାରେ, ସେ ଗତ ୩୦ ବର୍ଷରେ କେବେ ଶୋଇ ନାହାନ୍ତି। ହୃଦୟସ୍ପର୍ଶୀ କଥା ଏହାକି ଏହା କୌଣସି ରୋଗ କାରଣରୁ ନୁହେ , ବରଂ ଏହା ତାଙ୍କର ଅଭ୍ୟାସର ଫଳାଫଳ। ଶୁଣିବାରେ ଯଦିଓ ଅଜବ ଲାଗୁଥିବ ,ହେଲେ ମହିଳାଙ୍କ କହିବାନୁସାରେ , ତାଙ୍କୁ ଏମିତି ହେବାରେ ଅନେକ ବର୍ଷ ବିତି ଯାଇଛି।
୪୯ ବର୍ଷିୟା ଏହି ମହିଳାଙ୍କ ନାଁ ଗୁଏନ ନଗକ୍ ମାଇ କିମ୍ । ସେ ନିଜ ଅଞ୍ଚଳରେ କେବେ ଶୋଉ ନଥିବା ଦର୍ଜୀ ନାମରେ ପ୍ରସିଦ୍ଧ। ବିଶେଷ କଥା ଏହା କି, ମହିଳା ଏହି ଉପାଧିକୁ ଖୁସି ଖୁସିରେ ଗ୍ରହଣ କରନ୍ତି। କିମ୍ଙ୍କ ମୁତାବିକ ସେ ଅନେକ ଦଶକରୁ ଶୋଇ ନାହାନ୍ତି । ଶୋଉ ନଥିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି କ୍ଷତି ମଧ୍ୟ ହୋଇ ନାହିଁ। ତାଙ୍କୁ ଶୋଇବାର ଆବଶ୍ୟକ ଅନୁଭବ ହୋଇ ନଥାଏ।
କିମ୍ କୁହନ୍ତି ସେ ପୂର୍ବରୁ ଏମିତି ନଥିଲେ। ଯେବେ ସେ ଖୁବ୍ ସାନ ଥିଲେ , ବିଳମ୍ୱିତ ରାତି ଯାଏ ପାଠପଢୁ ଥିଲେ। ଯେତେବେଳେ ସେ ଟେଲରିଂ କଲେ , ତ କାମ ଚକ୍କରରେ ଅନେକ ସମୟରେ ରାତିରେ ଶୋଉ ନଥିଲେ। ପ୍ରଥମେ ପ୍ରଥମେ ତାଙ୍କୁ କ୍ଲାନ୍ତ ଅନୁଭବ ହେଉଥିଲା। ଅନେକ ଥର ତାଙ୍କ ସହ ଅଘଟଣ ମଧ୍ୟ ହୋଇ ଯାଉଥିଲ।। କିନ୍ତୁ ମାସ ମାସ ଧରି ଏମିତି ନଶୋଇବାରୁ ତାଙ୍କ ଶରୀର ଓ ଆଖି ଏହି ଅଭ୍ୟାସରେ ପଡ଼ିଗଲା। ଏବେ ସେ ଚାହିଁଲେ କି ଶୋଇ ପାରୁ ନାହାନ୍ତି। ତାଙ୍କର ଦୋକାନର ଲାଇଟ୍ ସବୁବେଳେ ଜଳୁ ଥାଏ , ସେ ସବୁବେଳେ କାମରେ ବ୍ୟସ୍ତ ଥାନ୍ତି।