କଳାହାଣ୍ଡି,୨୦।୫ : ଭବାନୀପାଟଣା ଏମଏସଏ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ପଛରୁ ହାଇୱା ଧକ୍କା ଦେବାରୁ ସ୍କୁଟି ଚାଳକ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସଞ୍ଜ ସ୍ମିତା ମୁଣ୍ଡ ।
ସଞ୍ଜ ସ୍ମିତା ଭବାନୀପାଟଣା ସ୍ଥିତ ବାଲାଜି ନର୍ସିଂହୋମରେ ନର୍ସ ଭାବରେ କାର୍ଯ୍ୟରତ ଥିଲେ । ଡ୍ୟୁଟି ସାରି ସେ ଫେରୁଥିଲେ। ଭବାନୀପାଟଣା ଏମଏସଏ ଛକରେ ସ୍କୁଟିକୁ ପଛରୁ ଏକ ହାଇଓ୍ବା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସଞ୍ଜଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଶବ ରଖି ରାସ୍ତାରୋକ କରିଛନ୍ତି ପଡ଼ାବାସୀ । ଫଳରେ ଭବାନୀପାଟଣା- ନୂଆପଡା ଜାତୀୟ ରାଜପଥ ଜାମ ହୋଇଛି। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଆହୁରି ପଢନ୍ତୁ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ