ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଚଳନ୍ତା ଟ୍ରେନ୍‌ର ଜେନେରାଲ ବଗିରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା , ରେଲୱେ ମେଡିକାଲ ଟିମ୍‌ କରାଇଲେ ଡେଲିଭରୀ

ମାଲଦା : ପଶ୍ଚିମବଙ୍ଗର ମାଲଦା ଯାଉଥିବା ଟ୍ରେନ୍‌ ପଦାତିକ ଏକ୍ସପ୍ରେସ୍‌ରେ ଜଣେ ମହିଳା ଶିଶୁକନ୍ୟାଙ୍କୁ ଦେଇଛନ୍ତି ଜନ୍ମ। ଏହି ସମୟରେ ଯାତ୍ରୀ ଓ ରେଲୱେ କର୍ମଚାରୀମାନେ ସାହାଯ୍ୟ କରିଛନ୍ତି। ରେଲୱେର ଜଣେ ଅଧିକାରୀ କହିଛନ୍ତି ଯେ, ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଉଭୟଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖିବା ପାଇଁ ମାଲଦା ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ , କୁଚ ବିହାରରେ ରହୁଥିବା ମୁର୍ଶିଦ ଅଲୀ ଓ ତାଙ୍କର ପତ୍ନୀ ବବଲି ପଦାତିକ ଏକ୍ସପ୍ରେସ୍‌ର ଜେନେରାଲ ବଗିରେ ବସି ମାଲଦା ଯାଉଥିଲେ। ଏହି ସମୟରେ ବବଲିଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଗଲା ଏବଂ ଟ୍ରେନ୍‌ ବଗିରେ ଚହଳ ପଡ଼ି ଗଲା। ଏହାପରେ ସାଥିରେ ଯାଉଥିବା ଯାତ୍ରୀ ଓ ଟ୍ରେନ୍‌ କର୍ମଚାରୀ ସାହାଯ୍ୟ କାର୍ଯ୍ୟରେ ଲାଗି ପଡ଼ିଲେ ଏବଂ ରେଳ ଅଧିକାରୀମାନଙ୍କୁ ମାମଲାର ସୂଚନା ଦିଆଗଲା ଏବଂ ସେମାନେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କଲେ । ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ, ମେଡିକାଲ ଟିମ୍‌ ସଫଳ ଡେଲିଭରୀ କରିଥିଲେ ଏବଂ ମହିଳା ଜଣଙ୍କ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ମାଲଦାର ମେଡିକାଲ ଟିମ୍‌ର କହିବାନୁସାରେ, ମାଆ ଓ ନବଜାତ ଶିଶୁ ଉଭୟଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିଛି। ପ୍ରସବ ପରେ ମହିଳା ଓ ଶିଶୁଙ୍କୁ ମାଲଦା ମେଡିକାଲ କଲେଜକୁ ରେଫର କରି ଦିଆ ଯାଇଛି। 

କହି ରଖୁଛୁ କି, ଗତ ବର୍ଷ ଅକ୍ଟୋବରରେ ୟୁପିର ମହୋବା ଜିଲ୍ଲାରେ ହରପାଲପୁର ଷ୍ଟେସନ ପାଖ ହଜରତ ନିଜାମୁଦ୍ଦିନରୁ ମାନିକପୁର ଯାଉଥିବା ୟୁପି ସଂପର୍କ କ୍ରାନ୍ତି ଟ୍ରେନ୍‌ରେ ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ମହିଳା ଏକୁଟିଆ ଟ୍ରେନ୍‌ରୁ ନିଜାମୁଦ୍ଦିନରୁ ବାନ୍ଦା ଯାତ୍ରା କରୁଥିଲେ। ଏହି ସମୟରେ ଟ୍ରେନ୍‌ରେ ଏହି ପ୍ରସବ ପୀଡ଼ା ଆରମ୍ଭ ହୋଇଗଲା। ପରେ ମଉରାନୀପୁର-ହରପାଲପୁର ମଧ୍ୟରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ଶିଶୁକନ୍ୟାର ନାଁ ଟ୍ରେନ୍‌ର ନାଁ ଅନୁସାରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.