ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟ୍ରକ୍ ଧକ୍କାରେ ଆଶାକର୍ମୀ ମୃତ

ଅନୁଗୁଳ, ୧୯/୦୧ : ଟ୍ରକ୍ ଧକ୍କାରେ ଆଶାକର୍ମୀ ମୃତ। ୫୫ନଂ ଜାତୀୟ ରାଜପଥ ଅନୁଗୁଳ ଥାନା ଛକ ସମ୍ମୁଖ ଟ୍ରାଫିକ୍ ପୋଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ଆଠମଲ୍ଲିକ ମାଧପୁର ଅଞ୍ଚଳର କୁମାରୀ ସାହୁ ବୋଲି ଜଣାପଡିଛି। 

ସୂଚନାନୁଯାୟୀ, କୁମାରୀ ସାହୁ ଅନୁଗୁଳ ମେଡିକାଲରେ ଜଣେ ପ୍ରସୂତୀ ମହିଳାଙ୍କୁ ଆଡମିଶନ କରି ଏକ ସ୍କୁଟିରେ ଅନ୍ୟ ଜଣେ ଲୋକଙ୍କ ସହ ଫେରୁଥିଲେ। ଅନୁଗୁଳ ଥାନା ଛକ ସମ୍ମୁଖ ଟ୍ରାଫିକ୍ ପୋଷ୍ଟ ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଟ୍ରକ୍ ଚକା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ନିକଟରେ ପୋଲିସ ଷ୍ଟେସନ ଥିବାରୁ ତୁରନ୍ତ ଘଟଣା ସ୍ଥଳକୁ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରି ଶବ ଉଦ୍ଧାର କରିଛି। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଗାଡି ଚଳାଚଳ ସ୍ଵାଭାବିକ ରହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.