ପ୍ରମୂଖ ଖବର

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ଭାପୁର, ୦୮।୦୨ : ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ। ନୟାଗଡ଼ ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବୈକୁଣ୍ଠ ପାଳଙ୍କ ସ୍ତ୍ରୀ ରମା ପାଳ (୬୧ ବର୍ଷ)।

ସୂଚନାନୁଯାୟୀ, ରମା ପାଳ ଗୁରୁବାର ସକାଳ ନଅଟା ବେଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏତିକି ବେଳେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ। ଗ୍ରାମର କିଛି ଯୁବକ ପହଞ୍ଚି ରମାଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭାପୁର ଫାଣ୍ଡି ଅଧିକାରୀ ସଞ୍ଜୟ କୁମାର ପରିଡା ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ମହିଳାଙ୍କ ଗୋଟିଏ ପୁଅ ପ୍ରମୋଦ କୁମାର ପାଳ ଓ ଦୁଇଟି ଝିଅ ଥିବା ଜଣାପଡିଛି। ନିହଲପ୍ରସାଦ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.