ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ବମ୍ପର ଡିସକାଉଣ୍ଟ ଲୋଭ ହେଲା କାଳ, ୪ ଡଜନ୍‌ ଅଣ୍ଡା ପାଇଁ ମହିଳାଙ୍କ ଆକାଉଣ୍ଟରୁ କଟିଗଲା ୪୮ ହଜାର ଟଙ୍କା

ବେଙ୍ଗାଲୁରୁ: ଆଜକାଲି ଘରେ ବସି ଅନଲାଇନ୍‌ରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅତି ଆରାମରେ ମିଳିଯାଉଛି । ସ୍ମାର୍ଟଫୋନ୍‌ରେ ଥିବା ଆପ୍ଲିକେସନ୍‌ରେ କେତୋଟି କ୍ଲିକ୍‌ କରିଦେଲେ ଘରେ ଆସି ପହଞ୍ଚିଯାଉଛି ଅର୍ଡର ହୋଇଥିବା ଜିନିଷ । ତେବେ ଏହି ସୁବିଧା ଯେ ବେଳେବେଳେ ଏତେ ଅସୁବିଧାର କାରଣ ପାଲଟୁଛି ତାର ଉଦାହରଣ ଅନେକ ରହିଛି । ଅନଲାଇନ୍‌ରେ ବି ଅପରାଧୀଙ୍କ ଚେର ଲମ୍ବିବାରେ ଲାଗିଛି । ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଛନ୍ତି ଇଣ୍ଟରନେଟ୍‌ ଠକ୍‌ । ସାଇବର ଠକାମୀରେ ପ୍ରତିଦିନ ଅନେକ ଲୋକ ଶିକାର ହେଉଛନ୍ତି ।ଏବେ ଜଣେ ମହିଳା ଅଣ୍ଡା କିଣୁ କିଣୁ ହଜାର ହାଜର ଟଙ୍କା ହରାଇଦେଇଛନ୍ତି । 

ବେଙ୍ଗାଲୁରୁର ଜଣେ ମହିଳା ଡିସକାଉଣ୍ଡ ଲୋଭରେ ୪ ଡଜନ୍‌ ଅଣ୍ଡା କିଣୁଥିଲେ, ହେଲେ ତାଙ୍କୁ ୪୮ ହଜାର ଟଙ୍କା ହରାଇବାକୁ ପଡ଼ିଛି । ଅର୍ଥାତ ୪୮ଟି ଅଣ୍ଡାକୁ ୪୮ ହଜାର ଟଙ୍କା ପଡ଼ିଥିବା ବେଳେ ଗୋଟିଏ ଅଣ୍ଡାକୁ ହଜାରେ ଟଙ୍କା ଦେଇଛନ୍ତି ମହିଳା । ଡିସକାଉଣ୍ଟ ପାଇବା ଆଶାରେ ମହିଳାଙ୍କ ଆକାଉଣ୍ଟ ଖାଲି ହୋଇଛି  । ରିହାତିରେ ଅଣ୍ଡା କିଣିବା ଯେ, ଏତେ ଭୟଙ୍କର ହେବ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ମହିଳାଙ୍କୁ ଅଣ୍ଡା କିଣିବାର ଥିଲା । ଗତ ଫେବୃଆରୀ ୧୭ରେ ମହିଳାଙ୍କୁ ଇମେଲ୍‌ରେ ମିଳିଥିଲା ଗୋଟିଏ ଅଫର । ଆଉ ଏହି ଅଫର ନାମୀଦାମୀ କମ୍ପାନି ନାଁ ଆସିଥିଲା ।

ଏଥିରେ ମହିଳାଙ୍କୁ ସନ୍ଦେହ ହେବାର କୗଣସି କାରଣ ବି ନଥିଲା । ତାଙ୍କୁ ଲାଗିଥିଲା, ହୁଏତ ତାଙ୍କୁ କମ୍ପାନି ବମ୍ପର ଅଫର ଦେଇଛି । ମାତ୍ର ୪୯ ଟଙ୍କାରେ ୪ ଡଜନ୍‌  ଅଣ୍ଡା ମିଳିବ ବୋଲି ଅଫର ମିଳିଥିଲା । ସେପଟେ ମିଳିଥିବା ଲିଙ୍କରେ କ୍ଲିକ୍‌ କରୁ କରୁ ସେ ସପିଂ ସାଇଟରେ ପହଞ୍ଚିଥିଲେ । ଅଣ୍ଡା କିଣିବା ଲାଗି ତାଙ୍କୁ କ୍ରେଡିଟ୍‌ କାର୍ଡର ଡିଟେଲ୍ସ ମାଗିଥିଲା ସମ୍ପୃକ୍ତ ଓ୍ବେବସାଇଟ୍‌ । କାରଣ ପେମେଣ୍ଟ ପାଇଁ ଆଉ କୌଣସି ବିଳକ୍ପ ନଥିଲା । ଶେଷରେ କ୍ରେଡିଟ୍‌ କାର୍ଡର ଡିଟେଲ୍ସ ଦେଇଥିଲେ ମହିଳା । ଏହା ପରେ ତାଙ୍କ ଫୋନ୍‌କୁ ଆସିଥିଲା ଓ୍ବାନ ଟାଇମ ପାସଓ୍ବାର୍ଡ ବା ଓଟିପି ।

କିଛି ନଭାବି ମହିଳାଜଣଙ୍କ ଏହି ଓଟିପିକୁ ବି ଓ୍ବେବସାଇଟ୍‌ରେ ଦେଇଥିଲେ । ତାପରେ ତାଙ୍କ ଆକାଉଣ୍ଟରୁ କଟିଯାଇଥିଲା ୪୮, ୧୯୯ ଟଙ୍କା । ଏତେ ଟଙ୍କା କଟିଯିବା ପରେ ମହିଳାଙ୍କ ଲାଗିଥିଲା ତାଙ୍କୁ ଅଣ୍ଡା ନାଁରେ ମିଳିଛି ବଡ଼ ଧୋକା ।  ୪୮ଟି ଅଣ୍ଡା ଲାଗି ଚାଲିଗଲା ୪୮ ହଜାର ଟଙ୍କା । ମହଙ୍ଗା ଅଣ୍ଡା କିଣିବା ପରେ ମହିଳାଙ୍କୁ ଅବସ୍ଥା ସଂଗୀନ ହୋଇପଡ଼ିଥିଲା । ଆଉ ସେ ଫୋନ୍‌ କରି କ୍ରେଡିଟ କାର୍ଡ ଡିପାର୍ଟମେଣ୍ଟକୁ ଏନେଇ ଜଣାଇଥିଲେ ।  ମହିଳା ସାଇବର କ୍ରାଇମ ହେଲ୍ପଲାଇନ୍‌ ନମ୍ବରରେ ବି କଲ କରି ସାହଯ୍ୟ ମାଗିଛନ୍ତି । ପୋଲିସ ମାମଲା ରୁଜୁ କରି ଛାନଭିନ କରୁଛି । ଅନ୍ୟପକ୍ଷରେ ବେଙ୍ଗାଲୁରୁର ଏହି ମହିଳାଙ୍କ କ୍ରେଡିଟ କାର୍ଡର ଲିମିଟ୍‌ ୩ ଲକ୍ଷ ୭୦ ହଜାର ଥିବା ବେଳେ ସାଇବର ଠକ ୪୮ ହଜାର ଟଙ୍କା କାଟି ନେଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.