ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଫୁଟପାଥ୍‌ରେ ଦିନ ଦ୍ବିପ୍ରହରରେ ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଉତ୍ତୋଳନ କରି ଭାଇରାଲ୍ କଲେ ଦେଖଣାହାରୀ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୈନିରେ ଫୁଟପାଥରେ ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଛି । ଆଉ ସବୁଠୁ ବଡ ଦୁଃଖର କଥା ହେଲା, ସେହି ବାଟ ଦେଇ ଯାଉଥିବା ପଥଚାରୀ ମାନେ ଏହାକୁ ରୋକିବା ବଦଳରେ ଏହି ସମୟର ଦୃଶ୍ୟକୁ ନିଜ ମୋବାଇଲ୍‌ରେ କଏଦ କରିଥିଲେ । ପଥଚାରୀ ମାନେ ଏହାର ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଛନ୍ତି । ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହ ବିରୋଧୀ ଦଳ କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ସରକାରଙ୍କ ଅଧୀନରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଛି । 

ପୋଲିସର ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଉଜୈନିର ସବୁଠାରୁ ବ୍ୟସ୍ତବହୁଳ ଛକ କୋୟଲା ଫାଟକ ନିକଟରେ ବୁଧବାର (ସେପ୍ଟେମ୍ବର ୪) ଦିନ ଜଣେ ମହିଳା ବଳାତ୍କାରର ଶିକାର ହୋଇଛନ୍ତି ।  ପଥଚାରୀ ମାନେ ଏହି ଘଟଣାର ଫଟୋ ଉଠାଇଥିଲେ । ତେବେ କୌଣସି ପଥଚାରୀ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । ପୀଡିତ ମହିଳା ଜଣକ ଭିକ୍ଷାବୃତ୍ତି ଏବଂ ଅଳିଆ ସଂଗ୍ରହ କରି ନିଜର ରୋଜଗାର କରନ୍ତି।

ଉଜୈନି ନଗର ପୋଲିସ ଅଧୀକ୍ଷକ ଓମପ୍ରକାଶ ମିଶ୍ର କହିଛନ୍ତି ଯେ, “ଗତକାଲି (ଗୁରୁବାର) ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଜଣେ ମହିଳା ପୋଲିସ ଷ୍ଟେସନକୁ ଆସି ତାଙ୍କୁ ବଳାତ୍କାର କରାଯାଇଥିବା କହିଥିଲେ । କିଛି ସମୟ ପରେ ଜଣେ ମହିଳା ଅଧିକାରୀଙ୍କୁ ଡକାଗଲା ଏବଂ ତାଙ୍କ ବୟାନ ରେକର୍ଡ କରାଗଲା । ବରିଷ୍ଠ ଅଧିକାରୀଙ୍କୁ ଏ ବିଷୟରେ ଜଣାଇବା ପରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।

ପୋଲିସ କହିଛି ଯେ ତାଙ୍କ ଅଭିଯୋଗରେ ମହିଳା ଲୋକେଶ ନାମକ ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ବୋଲି କହିଛନ୍ତି । ପୋଲିସ ଅଧୀକ୍ଷକ ଆହୁରି କହିଛନ୍ତି, “ତୁରନ୍ତ ଏକ ଦଳ ଗଠନ କରାଯାଇ ଲୋକେଶଙ୍କ ସନ୍ଧାନରେ ପଠାଯାଇଥିଲା । ଏଫଆଇଆର ଦାଖଲ ହେବାର ଦୁଇ ଘଣ୍ଟା ମଧ୍ୟରେ ଲୋକେଶଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଲୋକେଶ ତାଙ୍କ ଅପରାଧକୁ ସ୍ବିକାର କରିଛି। ”

ଏସପି ମିଶ୍ର କହିଛନ୍ତି ଯେ ମହିଳାଙ୍କ ବିବୃତ୍ତି କୋର୍ଟରେ ରେକର୍ଡ କରାଯାଇଛି। ସେ କହିଛନ୍ତି ଯେ ଏହି ଘଟଣାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଛି ଯାହା ପୋଲିସ ପାଖରେ ମଧ୍ୟ ପହଞ୍ଚିଛି । ପ୍ରମାଣ ଭାବରେ ପୋଲିସ ଏହାକୁ ସେମାନଙ୍କ ପାଖରେ ରଖିଛି । ପୋଲିସ କହିଛି ଯେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଖୋଜା ଚାଲିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.