ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ବସ୍‌ରେ ମ୍ୟାରେଜ୍ ଆଲବମ୍ ନେବା ପଡିଲା ମହଙ୍ଗା: କଟିଗଲା ଟିକେଟ୍, ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ ୧୧/୯: ନିକଟରେ ସୋସିଆଲ ମିଡିଆରେ ଟ୍ରେନରେ ଛେଳି ଟିକେଟ ନେଉଥିବା ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓଟି ସାମ୍ନାକୁ ଆସିବା ପରେ ସମସ୍ତେ ମହିଳାଙ୍କ ସଚ୍ଚୋଟତାକୁ ପ୍ରଶଂସା କରିଥିଲେ । ଏବେ ଏମିତି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିବାହ ଆଲବମର ଟିକେଟ କାଟିବା ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହିମାଚଳ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ ବସର ବୋଲି କୁହାଯାଉଛି । ଏସମ୍ପର୍କରେ ଜାଣିବା ପରେ ଲୋକମାନେ ହସି ହସି ଗଡିଯାଉଛନ୍ତି । 

ନିକଟରେ ଭାଇରାଲ ଏହି ପୋଷ୍ଟରେ କୁହାଯାଇଛି କି ଜଣେ ମହିଳା HRTCର ସୋଲନ-ଦିଲ୍ଲୀ ବସରେ ଯାତ୍ରା କରୁଥିଲେ । ଏହି ସମୟରେ ମହିଳାଙ୍କ ପାଖରେ ଏକ ବିବାହ ଆଲବମ୍ ଥିଲା । ଏହାକୁ ବସ୍ ୱାଲା ଲଗେଜ୍ ଭାବି ଟିକେଟ୍ କାଟିଦେଲେ । ଭାଇରାଲ ଟିକେଟର ଫଟୋରେ ନଜର ଆସୁଛି କି କଣ୍ଡକ୍ଟର ବିବାହ ଆଲବମର ୨୦୭ ଟଙ୍କାର ଟିକେଟ୍ କାଟିଛି । ଏହି ଅବସରରେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହୋଇଯାଇଛି । 



ପୋଷ୍ଟରେ ୟୁଜର୍ସଙ୍କ ପ୍ରଶ୍ନର ବର୍ଷା ହୋଇଛି । ସମସ୍ତେ କହୁଛନ୍ତି କି HRTC ବସର ଏମଡି ଭୁଲ୍ ମାଗନ୍ତୁ ଏବଂ ଯାତ୍ରୀଙ୍କୁ ପଇସା ଫେରାନ୍ତୁ । HRTCର ନୂଆ ଲଗେଜ୍ ପଲିସି ଲାଗୁ ହେବା ପରଠୁ ଯାତ୍ରୀ ନିଜ ସାମଗ୍ରୀର ଟିକେଟ କାଟିବାକୁ ନେଇ ମଧ୍ୟ ବିବାଦ ସାମ୍ନାକୁ ଆସିଛି ଯାହା କି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ପୋଷ୍ଟକୁ ଅଜୟ ଶର୍ମା ନାମକ ଆକାଉଣ୍ଟରୁ ସେୟାର କରାଯାଇଥିଲା । ଏହା ସହିତ ୟୁଜର ଏଚଆରଟିସିର ଏମଡି ଏବଂ ଆଇଏଏସ୍ ଅଧିକାରୀ ରୋହିତ ଚନ୍ଦ ଠାକୁରଙ୍କୁ ଟ୍ୟାଗ୍ କରି ପଚରାଯାଇଥିଲା କି ଏହା ବାସ୍ତବ ନା ଗୁଜବ ?

 

ପୋଷ୍ଟକୁ ରିଟ୍ୱିଟ୍ କରି ଆଇଏଏସ୍ ଅଧିକାରୀ ରୋହିତ ଚନ୍ଦ ଠାକୁର କ୍ୟାପ୍ସନରେ ଲେଖିଛନ୍ତି କି ‘ଏହା @HRTC_529 ଷ୍ଟାଫଙ୍କ ମଧ୍ୟରୁ କାହାର ଭୁଲ୍ । ଏହା ସମ୍ପୂର୍ଣ୍ଣ ରୂପେ ଆମ ପଲିସି ଗାଇଡଲାଇନ୍ ବିରୁଦ୍ଧ । ଆମେ ଏଥିପାଇଁ କ୍ଷମା ମାଗୁଛୁ । ଯାତ୍ରୀଙ୍କୁ ପଇସା ଫେରସ୍ତ କରିଦିଆଯିବ ଏବଂ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.