ସମ୍ବଲପୁର, ୧୦/୦୨ : ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ସମ୍ବଲପୁର ବଲବସପୁର ହୀରାକୁଦ ଡାଇକ ନିକଟରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। କେହି ହତ୍ୟାପରେ ମୃତଦେହ ପୋଡିବାକୁ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି। ତେବେ ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ନା ତାଙ୍କୁ କେହି ସେଠାରେ ଫୋପାଡି ଦେଇଛି ତାହା ଅସ୍ପଷ୍ଟ ରହିଛି।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଏବଂ କାହିଁକି ମହିଳାଙ୍କୁ ହତ୍ୟା କରିଛି ତାହାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏନେଇ ଛାନଭିନ୍ ଚଳାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତର କାରଣ ଜଣାପଡିବ ବୋଲି ଆଶା କରାଯାଉଛି।