ନୂଆଦିଲ୍ଲୀ,୨୯।୮: ଇଷ୍ଟ ଏସିଆ ଦେଶ ଜାପାନ ଏବେ ଯୁବପୀଢିଙ୍କ ହ୍ରାସ ପାଉଥିବା ସଂଖ୍ୟାକୁ ନେଇ ଚିନ୍ତିତ। ଏହା ମଧ୍ୟରେ ଗ୍ରାମାଞ୍ଚଳରେ କମୁଛି ମହିଳାଙ୍କ ସଂଖ୍ୟା କମୁଥିବାର ଦେଖି ନୂଆ ଯୋଜନା ଆରମ୍ଭ କରିଛନ୍ତି। ଗାଁରେ ପୁରୁଷଙ୍କୁ ବିବାହ ପାଇଁ ଝିଅ ମିଳୁନାହାନ୍ତି। ଏହା ସମସ୍ୟାକୁ ଦୂର କରିବା ପାଇଁ ଜାପାନ ସରକାର ନୂଆ ବାଟ ବାହାର କରିଛନ୍ତି। ସରକାର ମୋଟା ଅର୍ଥ ଦେଇ ସିଙ୍ଗିଲ ମହିଳାଙ୍କୁ ଗ୍ରାମାଞ୍ଚଳକୁ ଯିବାକୁ ଅଫର ଦେଉଛନ୍ତି। ଯାହାଫଳରେ ସେମାନେ ଯାଇ ସେଠାରେ ହ୍ରାସ ପାଉଥିବା ମହିଳା ଜନସଂଖ୍ୟା ସମସ୍ୟାର ସମାଓାନ କରିପାରିବେ। ସିଙ୍ଗିଲ ମହିଳାଙ୍କୁ ବିବାହ ପାଇଁ ଟୋକିଓ ସିଟିରୁ ଗ୍ରାମାଞ୍ଚଳ ଯିବା ପାଇଁ ଉତ୍ସାହିତ କରାଯାଉଛି। ଏଭଳି କଲେ ପ୍ରତ୍ୟେକ ମହିଳାଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ।
ଜାପାନ ସରକାରଙ୍କ ଆଶା ରହିଛି ଏହି ଉପାୟରେ ଶିକ୍ଷା ଓ କାମ ସନ୍ଧାନରେ ଟୋକିଓ ପହଁଞ୍ଚିଥିବା ଯୁବତୀଙ୍କ ପ୍ରବୃତ୍ତିରେ ପରିବର୍ତ୍ତନ ଅଣାଯିବ ଓ ଗ୍ରାମୀଣ ଅଞ୍ଚଳରେ ରହି ସ୍ବରୋଜଗାର ଆରମ୍ଭ କରିବେ। ଏହି ପଦକ୍ଷେପ ଦ୍ବାରା ଗ୍ରାମୀଣ ଅଞ୍ଚଳରେ ମହିଳାଙ୍କ ଜନସଂଖ୍ୟା ସନ୍ତୁଳିତ ରହିବ। ଜାପାନ ଟାଇମ୍ସର ସୂଚନା ଅନୁସାରେ, ସରକାର ମ୍ୟାଚ ମେକିଂ କାର୍ଯ୍ୟକ୍ରମ ପାଇଁ ମହିଳାଙ୍କ ଯାତ୍ରା ଖର୍ଚ୍ଚ ବହନ କରିବ
୨୦୨୦ ରାଷ୍ଟ୍ରୀୟ ଜନଗଣନା ଅନୁସାରେ, ଟୋକିଓକୁ ଛାଡି ଜାପାନର ୪୭ ରୁ ୪୬ ଟି ପ୍ରଦେଶରୁ ୧୫ ରୁ ୪୯ ବର୍ଷର ପ୍ରାୟ ୯.୧ ମିଲିୟନ ସିଙ୍ଗିଲ ମହିଳା ଥିଲେ। ଏହି ବୟସର ୧୧.୧ ମିଲିୟନ ସିଙ୍ଗିଲ ପୁରୁଷଙ୍କୁ ତୁଳନାରେ ଏହି ସଂଖ୍ୟା ପ୍ରାୟ ୨୦% କମ୍ ରହିଛି। ବହୁ ଗ୍ରାମୀଣ ଅଞ୍ଚଳରେ ଏହି ପ୍ରାର୍ଥକ୍ୟ ୩୦% ରହିଛି। ଜାପାନରେ ବର୍ତ୍ତମାନ ଜନ୍ମହାର ସବୁଠାରୁ ନିମ୍ନ ସ୍ତରରେ ରହିଛି। ଗତ ବର୍ଷ କେବଳ ମାତ୍ର ୭୨୭୨୭୭ ଜନ୍ମହାର ରେକର୍ଡ କରାଯାଇଛି। ସେଭଳି ପ୍ରଜନନ ହାର ୧.୨୦ ରହିଛି। ଏହା ଦେଶର ସ୍ଥିର ଜନସଂଖ୍ୟା ପାଇଁ ଆବଶ୍ୟକ ୨.୧ରୁ ଖୁବ୍ କମ୍ ରହିଛି। ଟୋକିଓର ଜଣେ ଅଧିକାରୀ କହିଛନ୍ତି, ବହୁ ଲୋକ ବିବାହ କରିବାକୁ ଚାହାନ୍ତି, କିନ୍ତୁ ତାଙ୍କୁ ଜୀବନ ସାଥୀ ମିଳିପାରୁନି।ଆମେ ତାଙ୍କୁ ସହାୟତା ପ୍ରଦାନ କରିବାକୁ ଚାହୁଁଛୁ।’