ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସବୁଜ ଶକ୍ତି ଲାଗି ଭାରତକୁ ବିଶ୍ୱ ବ୍ୟାଙ୍କ ଦେବ ୧.୫ ବିଲିୟନ ଡଲାରର ସହାୟତା

ନୂଆଦିଲ୍ଲୀ,୦୧/୦୭: ଭାରତରେ ସବୁଜ ଶକ୍ତି ବିକାଶ ଲାଗି ବିଶ୍ୱ ବ୍ୟାଙ୍କ ୧.୫  ବିଲିୟନ ଡଲାରର ସହାୟତା ଘୋଷଣା କରିଛି । ଏହି ରାଶିର ଦ୍ୱିତୀୟ କିସ୍ତିକୁ ଜାରି କରିଛି ବିଶ୍ୱ ବ୍ୟାଙ୍କ । ଏହା ଦ୍ୱାରା ଗ୍ରୀନ ହାଇଡ୍ରୋଜେନ,  ଇଲେକ୍ଟ୍ରୋଲାଇଜର ଭଳି ସବୁଜ ଶକ୍ତି  ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ  ବିଭିନ୍ନ ପଦକ୍ଷେପ ଭାରତ ଗ୍ରହଣ କରିପାରିବ ।  

୨୦୨୩ ଜୁନରେ ବିଶ୍ୱ ବ୍ୟାଙ୍କ ଏହି ପ୍ରସ୍ତାବିତ  ରାଶିକୁ ମଞ୍ଜୁର କରିଥିଲା । ବର୍ତ୍ତମାନର  ପୁଞ୍ଜି ଦ୍ୱାରା ଭାରତ ଗ୍ରୀନ ହାଇଡ୍ରୋଜେନ  ଉତ୍ପାଦନକୁ ବୃଦ୍ଧି କରିବାରେ ସହାୟକ ହେବ  ବୋଲି କୁହାଯାଉଛି । ଏହି ରାଶି ସବୁଜ ଶକ୍ତି  ଫାଇନାନ୍ସିଂ କ୍ଷେତ୍ରରେ ବ୍ୟବହାର କରିବା ନେଇ  ଲକ୍ଷ୍ୟ ରଖାଯାଇଛି । ସବୁଜ ଶକ୍ତି ବ୍ୟବହାରକୁ  ଏବେ ଭାରତ ପ୍ରାଥମିକତା ଦେଇଛି । ଏ  ଦିଗରେ ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନ  ଭଳି କାର୍ଯ୍ୟକ୍ରମ ଗ୍ରହଣ କରିଛି । ୨୦୩୦  ବେଳକୁ ୫୦୦ ଗିଗାୱାଟ ସବୁଜ ଶକ୍ତି କ୍ଷମତା  ଏବଂ ୨୦୭୦ ବେଳକୁ ନେଟ୍‌ ଜିରୋ ଲକ୍ଷ୍ୟ  ହାସଲ ଲାଗି ଭାରତ ଯୋଜନା ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.