ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ବିଶ୍ୱ ଡେଙ୍ଗୁ ଦିବସ: ଏ ବର୍ଷର ଥମ୍ 'ଡେଙ୍ଗୁ ପ୍ରିଭେନ୍‌ସନ୍‌: ଆୱାର ରେସପନ୍ସବିଲିଟି ଫର ଏ ସେଫର ଟୁମୋର'

ଭୁବନେଶ୍ୱର,୧୫/୦୬: ରାଜ୍ୟକୁ ଡେଙ୍ଗୁ ଭୟ ଘାରୁଛି । ଡେଙ୍ଗୁରେ ଜୀବନ  ଯାଉଛି । ରାଜ୍ୟ ସରକାର ଡେଙ୍ଗୁ ମୃତ୍ୟୁ ଫାଙ୍କି ଦେଉଥିଲା ବେଳେ ବେସରକାରୀ  ଭାବେ ମୃତ୍ୟୁ ଅଭିଯୋଗ ହେଉଛି ।  ୫ବର୍ଷର ଭିତରେ ଗତବର୍ଷ ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ ଭୟଙ୍କର ରହିଥିଲା । ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟିଥିଲା ।  

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର  ପାର୍‌ କରିଥିଲା । କିଛିବର୍ଷ ହେବ  ଭୁବନେଶ୍ୱର ସମେତ ଖୋର୍ଦ୍ଧା ଓ  ଅନ୍ୟାନ୍ୟ ଜିଲ୍ଲାରେ ଡେଙ୍ଗୁ ମାମଲା ବଢ଼ିବାରେ ଲାଗିଛି । ଗତବର୍ଷ କେବଳ  ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  ୫ହଜାର ଟପି ଯାଇଥିଲା । ଜୁନ୍‌ ମାସଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଡେଙ୍ଗୁ ମାମଲା ଲାଗି ରହୁଛି । ଏପରି ସମୟରେ ଡେଙ୍ଗୁ  ମୁକାବିଲା ନେଇ ତୃଣମୂଳସ୍ତରେ କୌଣସି  ବଡ଼ ପଦକ୍ଷେପ ନହେଲେ ପୂର୍ବ ବର୍ଷ ପରି ପରିସ୍ଥିତି ଅଣାୟତ୍ତ ହେବ । 

ଶନିବାର ବିଶ୍ୱ ଡେଙ୍ଗୁ ଦିବସ । ଏହି ଦିବସର  ଶୀର୍ଷକ (ଡେଙ୍ଗୁ ପ୍ରିଭେନ୍‌ସନ୍‌: ଆୱାର  ରେସପନ୍ସବିଲିଟି ଫର ଏ ସେଫର  ଟୁମୋର’) ରହିଛି। ଅର୍ଥାତ ଡେଙ୍ଗୁ  ପ୍ରତିରୋଧ ପାଇଁ ଭବିଷ୍ୟତରେ ସୁରକ୍ଷିତ କରିବା ପାଇଁ ଆମର ଦାୟିତ୍ୱ ରହିଛି । 

ଏପଟେ ମୌସୁମୀ ଋତୁରେ  ଭୁବନେଶ୍ୱରବାସୀ ଡେଙ୍ଗୁରେ ଥରୁଛନ୍ତି ।  ରାଜଧାନୀର ଗଳି କନ୍ଦିରେ ମଶା ଉତ୍ପାତ  ବଢ଼ୁଛି । ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ  ମାଇକ୍ରୋ ପ୍ଲାନ୍‌ କରି ମଶା ଉତ୍ପତ୍ତି ସ୍ଥାନ  ଚିହ୍ନଟ କରି ସେଠାରେ ମଶା ବଂଶ ନଷ୍ଟ  ପାଇଁ ଯୋଜନା କରିଛି । 

୨୦୧୮ ମସିହାରୁ ଓଡ଼ିଶାରେ  ଲଗାତାର ଭାବେ ଡେଙ୍ଗୁ ବଢ଼ୁଛି ।  କେବଳ ୨୦୨୦ରେ ଆକ୍ରାନ୍ତଙ୍କ ସଂଖ୍ୟା  ୪୯୬ ଥିଲା । ମାତ୍ର ୨୦୨୧ରେ ୭୫୪୮,  ୨୦୨୨ରେ ୭୦୬୩, ୨୦୨୩ରେ ୮୮୨୭  ଡେଙ୍ଗୁ ଆକ୍ରାନ୍ତ ବାହାରିଥିଲେ । ୨୦୧୯ରେ  ରାଜ୍ୟ ସରକାର ଡେଙ୍ଗୁରେ ୪ଜଣ ପ୍ରାଣ  ହରାଇଥିବା ସ୍ୱୀକାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.