ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ: ବ୍ରାହ୍ମ ମୁହୂର୍ତ୍ତରେ ଶିବ- ପାର୍ବତୀଙ୍କ ପଡିଲା ହସ୍ତଗଣ୍ଠି

ସମ୍ବଲପୁର,୧୧/୦୬: ମର୍ତ୍ତ୍ୟରେ ସ୍ୱର୍ଗର ନୀତିକାନ୍ତି । ବାହା ବେଦୀରେ ଦେବ ଦେବ ମହାଦେବ ଏବଂ ଜଗତଜନନୀ ମାତା ପାର୍ବତୀ ।ଆକର୍ଷଣୀୟ ପରଭା ସମ୍ମୁଖରେ ସୁନାରୁପାରେ ବିମଣ୍ଡିତ ହୋଇ ବରବେଶରେ ଶୋଭାଯାତ୍ରାରେ ବାହାରି ଡମ୍ବରୁଧର  ପହଞ୍ଚିଛନ୍ତି ମାତା ପାର୍ବତୀଙ୍କ ଘରେ । । ଆଉ ବ୍ରାହ୍ମ ମୁହୂର୍ତ୍ତରେ ଶୁଭ ଲଗ୍ନରେ ଶିବ  ପାର୍ବତୀଙ୍କ ମଧ୍ୟରେ ପଡ଼ିଛି ହାତଗଣ୍ଠି ।  ବିଶ୍ୱପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀର ସେହି  ପବିତ୍ର ବିବାହର ରୀତି ସଂପନ୍ନ ହୋଇଛି । 

ସୋମବାର ଦିନତମାମ ଉଭୟ ବର ଏବଂ କନ୍ୟା ଘର ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳେ ଗତବର୍ଷର କନ୍ୟାପିତାମାତାଙ୍କ ଗଣ୍ଠାଳ ଫିଟା ପରେ ଏବର୍ଷର କନ୍ୟାପିତାମାତାଙ୍କୁ  ପାର୍ବତୀଙ୍କ ବିଗ୍ରହ ହସ୍ତାନ୍ତର କରାଯାଇଥିଲା । କନ୍ୟା ଘରେ ହଳଦୀ ଖେଳ, ଗନ୍ଧଷଣ, ତୈଳାଭିଷେକ ଆଦି ସମସ୍ତ ନୀତି ସଂପନ୍ନ  ହେବା ପରେ ସନ୍ଧ୍ୟାରେ ମାତା ପାର୍ବତୀଙ୍କୁ  ବିଭିନ୍ନ ଅଳଙ୍କାର ଆଭୂଷଣରେ ଭୂଷିତ କରି କନ୍ୟା ବେଶରେ ସଜ୍ଜିତ କରାଯାଇଥିଲା । ସେହିପରି ସବୁ ମନ୍ଦିରରେ ମହାଦେବଙ୍କ ରୁଦ୍ରାଭିଷେକ, ତୈଳାଭିଷେକ ଆଦି ସମସ୍ତ ନୀତି ସଂପନ୍ନ ହୋଇ ରାତିରେ ବରବେଶରେ  ସଜ୍ଜିତ କରାଯାଇଥିଲା । ଆଉ ରାତିରେ ମହାଦେବ ଆକର୍ଷଣୀୟ ପରଭା ସମ୍ମୁଖରେ ବିରାଜମାନ କରିଥିଲେ। ପରେ ମହା ଆଳତୀ ଅନୁଷ୍ଠିତ ହୋଇ  ବରଯାତ୍ରୀ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ  ବାହାରିଥିଲା ।  

ନନ୍ଦପଡ଼ାର ବଂ ବରାଡ଼ ବାଲୁଙ୍କେଶ୍ୱର  ବାବାଙ୍କ ଏହି ଶୋଭାଯାତ୍ରା ମନ୍ଦିର ପରିସରରୁ ବାହାରି କନ୍ୟା ପିତାମାତା ଚାରଭାଟି ସ୍ଥିତ  ସୁମନ୍ତ ପଣ୍ଡା ଏବଂ ନୀତିପ୍ରିୟା ଦେବୀଙ୍କ  ବାସଭବନରେ ପହଞ୍ଚିଛି । ସେଠାରେ ବ୍ରାହ୍ମ ମୁହୁର୍ତ୍ତରେ ହାତଗଣ୍ଠି ପଡ଼ିଛି । ସେହିପରି ଝାଡୁଆପଡ଼ାର ଲୋକନାଥ ବାବାଙ୍କ  ଶୋଭାଯାତ୍ରା କୁଞ୍ଜେଲପଡାରୁ ବାହାରି କଂସାରିପଡ଼ା ସ୍ଥିତ ଆନ୍ତର୍ଜାତିକ କ୍ରିକେଟର୍‌ ଦେବାଶିଷ ମହାନ୍ତି ଏବଂ ତାଙ୍କ ଧର୍ମପତ୍ନୀ  ରୀତିମୁକ୍ତା ଦାସଙ୍କ ଘରେ ପହଞ୍ଚିଥିଲା । ସେଠାରେ ବିବାହ ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିପଡ଼ାର ଜାଗେଶ୍ୱର  ବାବାଙ୍କ ଶୋଭାଯାତ୍ରା ପଦ୍ମକେଶରୀ ପାର୍କ  ସମ୍ମୁଖରୁ ବାହାରି ଲେବର କଲୋନି ପଟେଲ ଗାର୍ଡେନ୍‌ ସ୍ଥିତ କନ୍ୟା ପିତାମାତା ଡାକ୍ତର ସୁଧାଂଶୁ ପଣ୍ଡା ଏବଂ ତାଙ୍କ ଧର୍ମପତ୍ନୀ ଡାକ୍ତର ସଂଯୁକ୍ତା ପଣ୍ଡାଙ୍କ ଦ୍ୱାରା ଆୟୋଜିତ ବିବାହ ମଣ୍ଡପକୁ ପହଞ୍ଚିଥିଲା । ସେଠାରେ  ଶୁଭ ମୁହୂର୍ତ୍ତରେ ବିବାହ ସଂପନ୍ନ ହୋଇଛି । ସେହିପରି ସହରର ପ୍ରାୟ ୨୦ଟି କମିଟିର ଶୋଭାଯାତ୍ରାରେ ସହର ଦୁଲୁକି ଉଠିଛି ।

  • PrameyaOdia
  • prameya
  • sambalpur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.