ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୨୩ ଫୁଟର ଦୋସା ପ୍ରସ୍ତୁତ କରି ଗିନିଜ୍‌ ରେକର୍ଡ କଲା ଫୁଡ୍‌ କମ୍ପାନି, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ ୨୧/୦୩: ଦକ୍ଷିଣ ଭାରତର ପ୍ରସିଦ୍ଧ ଖାଦ୍ୟ ଦୋସା ଖାଇବାକୁ ଅନେକ ପସନ୍ଦ କରିଥାନ୍ତି । ସକାଳ ଜଳଖିଆ କିମ୍ବା ଅପରାହ୍ମର ସ୍ନାକସ୍‌ ଭାବେ ବହୁ ଲୋକ ଏହାକୁ ଖାଇଥାନ୍ତି । ତେବେ କର୍ଣ୍ଣାଟକର ଏକ କମ୍ପାନି ଏମ୍‌ଟିଆର ଫୁଡ୍‌ସ ନିଜର ୧୦୦ତମ ବାର୍ଷିକୀ ଅବସରରେ ୧୨୩ ଫୁଟର ଏକ ଦୋସା ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛି । ତାହା ଗିନିଜ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି । ଏତେ ଲମ୍ବା ଦୋସା ପ୍ରସ୍ତୁତ କରିବା ଲାଗି ବହୁ ପୂର୍ବରୁ ଯୋଜନା କରାଯାଇଥିଲା । ଏଥିଲାଗି ୭୫ ଜଣ ସେଫ୍‌ଙ୍କର ଏକ ଟିମ୍‌ କାମ କରିଥିଲା । ସେଫ୍‌ ରେଗି ମାଥ୍ୟୁସ୍‌ ତା’ର ନେତୃତ୍ୱ ନେଇଥିଲେ । 




ବେଙ୍ଗାଲୁରୁରେ ଥିବା ଏମ୍‌ଟିଆରର ଏକ କାରଖାନାରେ ମାର୍ଚ୍ଚ ୧୫ ତାରିଖରେ ତାକୁ ପ୍ରସ୍ତୁତ କରାଯାଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି, ଯାହାକୁ ସେଫ୍‌ ରେଗି ମାଥ୍ୟୁସ୍‌ ପୋଷ୍ଟ କରିଛନ୍ତି । ସେଥିରେ ଅନେକ ରୋଷେୟା ଦୋସା ପାଇଁ ଆଣ, ମସଲା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । ସେହିପରି ଦୋସା ପ୍ରସ୍ତୁତ ହୋଇଯିବା ପରେ ସେଫ୍‌ ମାଥ୍ୟୁସ୍‌ଙ୍କୁ ସବୁଠୁ ବଡ଼ ଦୋସାର ପ୍ରମାଣପତ୍ର ଗିନିଜ୍‌ କର୍ତ୍ତୃପକ୍ଷ ପ୍ରଦାନ କରୁଥିବା ବି ଭିଡିଓରେ ଦେଖିବାକୁ ମିଳୁଛି । ମାଥ୍ୟୁସ୍‌ ଏହି କାର୍ଯ୍ୟରେ ସହାୟତା ଲାଗି ଲୋରମାନ କିଚେନ୍‌ ଗ୍ରୁପ୍‌, ଏମ୍‌ ରମେୟା କଲେଜ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ପୂର୍ବରୁ ଏମ୍‌ଟିଆର ୫୪ ଫୁଟ ଲମ୍ବା ଏକ ଦୋସା କରି ବିଶ୍ୱ ରେକର୍ଡ ହାସଲ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.