ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା

ବେଙ୍ଗାଲୁରୁ, ୦୪/୦୩: ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ରେ ରବିବାର ଚମକପ୍ରଦ ବିଜୟ ସହ ଦିଲ୍ଲୀ  କ୍ୟାପିଟାଲ୍ସ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଏକ ଲିଗ୍‌ ମୁକାବିଲାରେ ଦଳ ୨୫ରନ୍‌ରେ ଗୁଜରାଟ  ଜାଏଣ୍ଟ୍‌ସକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ  ବ୍ୟାଟିଂ କରି କ୍ୟାପିଟାଲ୍ସ ୮ ୱିକେଟ୍‌ ହରାଇ ୧୬୩ରନ୍‌  ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ୮ ୱିକେଟ୍‌  ବିନିମୟରେ ୧୩୮ରନ୍‌ କରିବାକୁ ସକ୍ଷମ ହୋଇଥିଲା ।  ଅଲରାଉଣ୍ଡ୍‌ ପ୍ରଦର୍ଶନ ପାଇ ଜେସ୍‌ ଜୋନାସେନ  ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । କ୍ୟାପିଟାଲ୍ସ ତୃତୀୟ ବିଜୟ ସହ ମୋଟ ୬ପଏଣ୍ଟ  ପାଇଛି । ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ହେଁ ଦୁର୍ବଳ ରନ୍‌ ରେଟ୍‌ ଯୋଗୁ ଦ୍ୱିତୀୟକୁ ଖସିଯାଇଛି । 

ଗୁଜରାଟ ଟସ୍‌ ଜିତି କ୍ୟାପିଟାଲ୍ସକୁ ବ୍ୟାଟିଂ ପାଇଁ  ଆମନ୍ତ୍ରଣ ଜଣାଇଥିଲା । ଓପନିଂ ଯୋଡ଼ି ଶେଫାଳି ବର୍ମା ଓ  ମେଗ ଲାନିଙ୍ଗ ୨୦ ରନ୍‌ ସଂଗ୍ରହ କରିଥିଲେ । ଶେଫାଳି ୧୩  (୧ଚୌକା, ୧ଛକା) ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ ।  ଏହାପରେ ଆଲିସ୍‌ କ୍ୟାପ୍‌ସୀ କ୍ରିଜ୍‌ରେ ଯୋଗଦେଇ ଦର୍ଶନୀୟ  ସଟ୍‌ମାନ ଖେଳିଥିଲେ । ଦଳୀୟ ସ୍କୋର ୫୮ରେ ବ୍ୟକ୍ତିଗତ ୨୭  (୫ଚୌକା) ରନ୍‌ କରି ସେ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ  ବ୍ୟାଟର ଜେମିମା ରୋଡ୍ରିଗ୍ସଙ୍କୁ ସାଥୀ କରି ଲାନିଙ୍ଗ୍‌ ସ୍କୋରକୁ  ୧୦୦ ଅତିକ୍ରମ କରାଇଥିଲେ । ସେ ୩୯ବଲ୍‌ରୁ ଅର୍ଦ୍ଧଶତକ  ଅର୍ଜନ କରିଥିଲେ । ହେଲେ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ  କ୍ୟାଚ୍‌ ଟେକି ଦେଇଥିଲେ । ଲାନିଙ୍ଗ୍‌ ୬ଚୌକା ଓ ୧ଛକା ବଳରେ  ୫୫ ରନ୍‌ କରିଥିଲେ । ପରେ ପରେ ରୋଡ୍ରିଗ୍ସ ୭ରନ୍‌ କରି  ଆଉଟ୍‌ ହୋଇଥିଲେ । 




ମଧ୍ୟକ୍ରମରେ ଆନାବେଲ୍‌ ସୁଦରଲାଣ୍ଡ  ୨୦, ଜୋନାସନ୍‌ ୧୧, ଶିଖା ପାଣ୍ଡେ ଅପରାଜିତ ୧୪ରନ୍‌ ଯୋଗ  କରିବା ଫଳରେ ସ୍କୋର ୮/୧୬୩ ରନ୍‌ରେ ପହଞ୍ଚିଥିଲା । ୧୬୪ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ  ହୋଇଥିଲା । ମାତ୍ର ୫୩ରନ୍‌ ମଧ୍ୟରେ ଦଳ ୪ଟି  ୱିକେଟ୍‌ ହରାଇ ଥିଲା । ଲାଉରା ଉଲଭାର୍ଟ ଖାତା ଖୋଲି ପାରି  ନଥିବାବେଳେ ଅଧିନାୟିକା ବେଥ୍‌ ମୁନି (୧୨), ଫୋଏବ  ଲିଚ୍‌ଫିଲ୍ଡ୍‌ (୧୫), ବେଦା କ୍ରିଷ୍ଣମୂର୍ତ୍ତୀ (୧୨) ସହଳ ପାଭିଲିୟନ  ଲେଉଟିଥିଲେ । ମଧ୍ୟକ୍ରମରେ ଆସଲି ଗାର୍ଡନର ଲଢ଼ୁଆ ୪୦  (୫ଚୌକା, ୧ଛକା) ରନ୍‌ ସଂଗ୍ରହ କରିଥିଲେ ହେଁ ନିୟମିତ  ୱିକେଟ୍‌ ପତନ ଯୋଗୁ ଗୁଜରାଟ ଇନିଂସ୍‌ ୮/୧୩୮ରେ ଅଟକି  ଯାଇଥିଲା । କ୍ୟାପିଟାଲ୍ସ ପକ୍ଷରୁ ଜୋନାସେନ ଓ ରାଧା ଯାଦବ  ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.