ଭୁବନ,୨୯/୦୯: ଶନି ମନ୍ଦିର ନିକଟ ଜୋରରେ ବୁଡ଼ି ଯୁବକ ମୃତ । ମୃତକ ଭୁବନ ଥାନା କିଙ୍ଗୋଳ ଗ୍ରାମର ୪୪ ବର୍ଷୀୟ ବିଷ୍ଣୁ ପ୍ରସାଦ ମଳିକ ବୋଲି ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶନି ମନ୍ଦିର ନିକଟ ନାଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ,ଭୁବନ ଥାନା ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଅସୁରବନ୍ଧରେ ଚାଲିଥିଲା ଯାତ୍ରା । ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନଥିଲେ ଯୁବକ । ସକାଳେ ଗ୍ରାମବାସୀ ନିକଟରେ ଥିବା ଜୋରରେ ଯୁବକଙ୍କ ମୃତ ଦେହ ଭାସୁ ଥିବାର ଦେଖିଥିଲେ। ପରେ ତାଙ୍କ ମୃତଦେହ ନାଳରେ ଭାସୁ ଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ତେବେ ଜୋର ନିକଟରେ ପଡିଥିବା ଜୋତାରୁ ମୃତ ଯୁବକଙ୍କ ପରିଚୟ ମିଳିଥିଲା । ଏହା ଦେଖି ତୁରନ୍ତ ଭୁବନ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।