ବୌଦ୍ଧ,୨୮/୦୯: ବିଳମ୍ବିତ ରାତିରେ କସୁରବନ୍ଧ ଗ୍ରାମରେ ଫୁଟିଲା ଗୁଳି । ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର । ଗୁରୁତର ଯୁବକ କସୁର ବନ୍ଧ ଗ୍ରାମର ରାଜେନ୍ଦ୍ର କର୍ଣ୍ଣ ଏବଂ ସରପଞ୍ଚ ସରୋଜ କୁମାର କର୍ଣ୍ଣ ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କସୁରବନ୍ଧ ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶୁକ୍ରବାର ବିଳମ୍ୱିତ ରାତିରେ ଯୁବକଙ୍କୁ ଗୁଳିମାଡ଼ କଲେ କସୁରବନ୍ଧ ଗାଁ ସରପଞ୍ଚ ସରୋଜ କୁମାର କର୍ଣ୍ଣ । ଗୁଳିମାଡ କରି ଫେରାର ମାରିଲେ ସରପଞ୍ଚ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ରାଜେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଇଥିଲେ । ଏହା ସହ ପୋଲିସକୁ ମଧ୍ୟ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରୁଛି ପୋଲିସ ।