ପାଟଣା, ୩୦/୦୧ : ନାଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଙ୍କୁରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଅଙ୍କୁରା ଗ୍ରାମର ହରେକୃଷ୍ଣ ମୁଣ୍ଡାଙ୍କ ଝିଅ ସରସ୍ଵତୀ ମୁଣ୍ଡା।
ସୂଚନାନୁଯାୟୀ, ସରସ୍ୱତୀ ମୁଣ୍ଡା ସୋମବାର ସନ୍ଧ୍ୟାରୁ ଘରୁ ଯାଇ ଆଉ ଫେରି ନଥିଲେ। ମଙ୍ଗଳବାର ସକାଳୁ ଗାଁ ଠାରୁ କିଛି ଦୂରରେ ବିଲ ଭିତରେ ଥିବା ନାଳରୁ ତାଙ୍କର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ପାଟଣା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।