ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନଲାଇନ ଗେମ୍‌ରେ ଟଙ୍କା ହରାଇବାରୁ ଯୁବକଙ୍କ ଆତ୍ମହତ୍ୟା

ମାଲକାନଗିରି/କୋରକୁଣ୍ଡା,୧୯।୫(ଆପ୍ର ): ଗତ ଦୁଇଦିନ ତଳେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ଏମ୍‌.ଭି. ୨୮ ଗ୍ରାମର ଜଣେ ଯୁବକ ଅନଲାଇନ ଗେମ୍ ଖେଳି ଟଙ୍କା ହାରି ଯିବାରୁ ଆତ୍ମ ହତ୍ୟା କରିଥିବା ଘଟଣା ଲୋକ ଙ୍କ ମନରୁ ନ ଲିଭୁଣୁ ପୁଣି ଆଉ ଏକ ଘଟଣା ଆଜି ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦ ନୁଆ ସାହିର ଜଣେ ଯୁବକ ଆଜି ବେକରେ ଦୌଡି ଲଗାଇ ଆତ୍ମ ହତ୍ୟା କରିଛନ୍ତିା ଯୁବକ ଜଣକ ହେଲେ ଉକ୍ତ ସାହିର ପୁର୍ଣଚନ୍ଦ୍ର ବାଘଙ୍କ ପୁଅ ସରୋଜ ବାଘ (୨୨)। 

ସରୋଜ କିଛି ଧାର କରଜ କରିଥିବା ଯୋଗୁଁ ନିଜର କରଜ ସୁଝିବା ପାଇଁ ସାପ୍ତାହିକ ଗ୍ରୁପରୁ ଟଙ୍କା ଋଣ ଆକାରରେ ନେଇଥିଲ। ତେବେ ଉକ୍ତ ଟଙ୍କାରେ ସେ କିଛି ଉଧାର ପୁରଣ କରିଥିବା ବେଳେ ବଳକା ଟଙ୍କା ନିଜ ଆକାଉଂଟରେ ପକାଇଥିଲ। ପୂର୍ବରୁ ସରୋଜଙ୍କୁ ଅନଲାଇନ ଗେମ୍ ଖେଳିବାର ନିଶା ଥିବା ବେଳେ ନିଜ ଆକାଉଂଟରେ ଟଙ୍କା ଜମା କରିବା ପରେ  ସେ ଅନଲାଇନ ଗେମ୍ ଖେଳିବାକୁ ଲାଗିଲୋ ଫଳରେ ଉକ୍ତ ଗେମ୍ ରେ ସେ ସମସ୍ତ ଟଙ୍କା ହାରି ଯାଇଥିଲେ।  ଆଜି ସକାଳେ ତାଙ୍କ ସ୍ତ୍ରୀ ସନ୍ତୋଷୀ କାମ କରିବା ପାଇଁ ବାହାରକୁ ଯାଇଥିଲେ ଏବଂ ତାଙ୍କ ମା’ ମଧ୍ୟ ଘର ବାହାରେ କାମ କରୁଥିଲୋ କିଛି ସମୟ ପରେ ତାଙ୍କ ପଡୋଶୀ ଘର ଝିଅ ସରୋଜଙ୍କ ଘରକୁ ଆସିଥିଲେ। ସରୋଜଙ୍କ ବଖରା କବାଟ ବନ୍ଦ ଥିବା ଦେଖି ତାଙ୍କ ମା’ଙ୍କୁ କହିବାରୁ  ମା ବହୁବାର କବାଟ ବାଡେଇବା ସତ୍ୱେ ସରୋଜ ଖୋଲି ନଥିଲୋ । ପରେ ପଡୋଶୀ ମାନଙ୍କୁ ଡାକି କବାଟ ଭାଙ୍ଗି ଦେଖିବାରୁ ସେ ଦଉଡି  ଲଗାଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ପାଇଥିଲୋ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ। ଓରକେଲ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଏ ସମ୍ବନ୍ଧରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.