କାଶୀପୁର, ୨୬।୧୧ : ମହୁମାଛି କାମୁଡ଼ାରେ କାଶୀପୁର ବ୍ଲକ ପାନବନ୍ଧ ଗ୍ରାମର ଜଣେ ଯୁବକଙ୍କ ଶନିବାର ରାତିରେ ମୃତ୍ୟୁ ହୋଇଛି ।ମୃତ ଯୁବକ ଜଣକ ଟିକିରି ପଞ୍ଚାୟତ ଅନ୍ତର୍ଗତ ପାନବନ୍ଧ ଗ୍ରାମର ସୁବାସ ମାଝୀ( ୨୫)ବୋଲି ଜଣା ଯାଇଛି ।
ଶନିବାର ସନ୍ଧ୍ୟାରେ ସୁବାସ ମାଝୀ ଗ୍ରାମର କିଛି ଯୁବକଙ୍କ ସହିତ ଗାଁ ନିକଟରେ ଥିବା ଡଙ୍ଗରକୁ ଯାଇଥିଲେ। ଡଙ୍ଗରର ଏକ ଆମ୍ବ ଗଛରେ ବସା ବାନ୍ଧିଥିବା ମହୁ ଫେଣାରେ ନିଆଁ ଲଗାଇ ମହୁ ବାହାର କରିବାକୁ ଉଦ୍ୟମ ବେଳେ ମହୁମାଛି ପଲ ଦଂଶନ କରିଥିଲେ। ମହୁମାଛି କାମୁଡାରେ ସୁବାସ ମାଝୀ ଗୁରୁତର ହୋଇଥିଲେ । ସାଥିରେ ଯାଇଥିବା ଗ୍ରାମର ସହ ଆଉ କିଛି ଜଣ ଆହତ ହୋଇଛନ୍ତି ।ଆହତଙ୍କ ମଧ୍ୟରୁ ରଥ ମାଝୀ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୁବାସ ମାଝୀକୁ ପ୍ରଥମେ ଓଷା ପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ ଘଟିଥିଲା।