ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ୟୁକ୍ରେନ୍‌କୁ ଧ୍ବଂସ କରିବାକୁ ଚାହୁଁଥିବା ଦେଶକୁ ଫେରିଛି ଯୁଦ୍ଧ, ସ୍ବାଧୀନତା ଦିବସରେ ଋଷ ଉପରେ ବର୍ଷିଲେ ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ୍‌କୁ ଧ୍ବଂସ କରିବାକୁ ଚାହୁଁଥିବା ଋଷିଆକୁ ଏବେ ଯୁଦ୍ଧ ଫେରିଛି । ଏନେଇ ଶନିବାର ୟୁକ୍ରେନ୍‌ର ସ୍ବାଧୀନତା ଦିବସ ଅବସରରେ କହିଛନ୍ତି ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ।  ସୋଭିଏତ ସଂଘରୁ ଅଲଗା ହୋଇ ୧୯୯୧ ଆଜିର ଦିନରେ ସ୍ବାଧୀନ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କରିଥିଲା ୟୁକ୍ରେନ୍‌ ।  କିନ୍ତୁ ଏବେ ଋଷ ସହ ଯୁଦ୍ଧ ଲଢ଼ୁଛି ୟୁକ୍ରେନ୍‌ । ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏବେ ଋଷିଆ ଉପରେ ଭାରୀ ପଡ଼ିଛି ୟୁକ୍ରେନ୍‌ । 

ୟୁକ୍ରେନ୍‌ ସେନା ଋଷର କୁର୍ସକ୍‌ରେ ସ୍ଥିତି ଜାହିର କରିଥିବା ବେଳେ ମସ୍କୋ ଆଡ଼କୁ ଅଗ୍ରସର ହେଉଛି । ସ୍ବାଧୀନତା ଦିବସ ଅବସରରେ ଜେଲେନସ୍କି ଏକ ରେକର୍ଡେଡ୍‌ ଭିଡିଓ ସେୟାର କରିଛନ୍ତି । ଏହାକୁ ସେ ଗତ ସପ୍ତାହରେ ସୁମି ଅଞ୍ଚଳରୁ ସୁଟ୍‌ କରିଥିବା କୁହାଯାଉଛି । ସେ କହିଛନ୍ତି, ଏହା ହେଉଛି ସେହି ସ୍ଥାନ ଯେଉଁଠୁ ୟୁକ୍ରେନ୍ ସେନା ଅଗଷ୍ଟ ୬ରେ ଋଷ ସୀମାରେ ପ୍ରବେଶ କରିଥିଲା । କିଭ୍‌ ପୁଣି ଥରେ ସମସ୍ତଙ୍କୁ ଚକିତ କରିଛି। ଏବେ ଋଷିଆ ଜାଣିପାରିବ ପ୍ରତିଶୋଧ କଣ ।

ସେ ଆହୁରି କହିଛନ୍ତି ଯେ, ୨୦୨୨ରେ ଯୁଦ୍ଧ ଆରମ୍ଭ କରି ଋଷିଆ ଭାବିଥିଲା ଆମକୁ ଧ୍ବଂସ କରିଦେବ । କିନ୍ତୁ ଆମେ ଆଜି ୩୩ତମ ସ୍ବାଧୀନତା ଦିବସ ପାଳନ କରୁଛୁ । ଦିନେ ଶତ୍ରୁ ଆମ ଦେଶକୁ ଯାହା ଆଣିଥିଲେ ଏବେ ତାଙ୍କ ପାଖକୁ ଫେରିଛି ବୋଲି ଜେଲେନସ୍କି କହିଛନ୍ତି । ଏହା ସହ ପୁଟିନଙ୍କୁ ରୋଗ୍‌ଣ ବୃଦ୍ଧ ବ୍ୟକ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଜେଲେନସ୍କି ଆଜି ମସ୍କୋ ସଂପର୍କିତ  ରୂଢ଼ିବାଦୀ ଚର୍ଚ୍ଚଗୁଡ଼ିକୁ ବନ୍ଦ କରିବା ଲାଗି ନୂଆ ଆୟନ ଲାଗୁ କରିଛନ୍ତି । କିଭ୍‌ର ଏଭଳି ନିଷ୍ପତ୍ତିକୁ କଡ଼ା ଭାଷାରେ ବିରୋଧ କରିଛି ମସ୍କୋ ।

  • Russia
  • Ukraine
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.