ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦ୍ୱିତୀୟ ବିବାହ କଲେ ଜୋମାଟୋ CEO ଦୀପିନ୍ଦର ଗୋୟଲ୍, ଜାଣନ୍ତୁ ତାଙ୍କ ଦ୍ୱିତୀୟ ପତ୍ନୀ ଗ୍ରେସିଆ ମୁନୋଜ କିଏ ?

Published By : Sushanta Sahu | March 22, 2024 4:54 PM

ନୂଆଦିଲ୍ଲୀ, ୨୨/୦୩: ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ୍ ଦ୍ୱିତୀୟ ବିବାହ କରିଛନ୍ତି । ମେକ୍ସିକାନ୍ ମଡେଲ୍ ଗ୍ରେସିଆ ମୁନୋଜଙ୍କୁ ବିବାହ କରିବା ପରେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଛନ୍ତି ଦୀପିନ୍ଦର । ଯାହା ଏବେ ନେଟିଜେନଙ୍କ ମନ ମୋହିଛି ।

ଏହା ପୂର୍ବରୁ ହାର୍ଟ ଇମୋଜି ଦେଇ ଏକ ପୋଷ୍ଟରେ ଗ୍ରେସିଆଙ୍କୁ ଟ୍ୟାଗ୍ କରିଥିଲେ ଦୀପିନ୍ଦର । ଉକ୍ତ ପୋଷ୍ଟକୁ ୨ଟି ହାର୍ଟ ଇମୋଜି ଦେଇ ଗ୍ରେସିଆ ପୁନଃ ସେୟାର୍ କରିଥିଲେ । ରିପୋର୍ଟ କିଛି ମାସ ପୂର୍ବରୁ ଦୀପିନ୍ଦର ଓ ଗ୍ରେସିଆ ବିବାହ କରିଥିବା ବେଳେ ଫେବ୍ରୁଆରୀରେ ହନିମୁନରୁ ଫେରିଛନ୍ତି ।

ଗ୍ରେସିଆ ମୁନୋଜ କିଏ ?

ଗ୍ରେସିଆ ମୁନୋଜ ହେଉଛନ୍ତି ମେକ୍ସିକାନ୍ ମଡେଲ୍ । ଏବେ ସେ ଦିଲ୍ଲୀରେ ରହୁଛନ୍ତି ।

ମଡେଲିଂ ବାଦ୍ ଗ୍ରେସିଆ ଟେଲିଭିଜନରେ ଉପସ୍ଥାପନା କରନ୍ତି ।

ମେଟ୍ରୋପୋଲିଟାନ୍ ଫ୍ୟାସନ୍ ୱିକ୍-୨୦୨୨ର ବିଜେତା ହେଉଛନ୍ତି ଗ୍ରେସିଆ ।

ମଡେଲିଂରୁ ଦୂରେଇ ରହୁଥିବା ଗ୍ରେସିଆ ଏବେ ନିଜର ଲକଜୁରି କଞ୍ଜୁମର ପ୍ରଡକ୍ଟକ୍ସକୁ ନେଇ ଷ୍ଟାର୍ଟଅପ୍ ଉପରେ କାମ କରୁଛନ୍ତି ।

ସେ ଜଣେ ଭ୍ରମଣକାରୀ ହୋଇଥିବା ବେଳେ ଫ୍ରାନ୍ସ, ଆମେରିକା, ଭାରତ ଓ ମେକ୍ସିକୋର ଫଟୋ ତାଙ୍କ ସୋସିଆଲ୍ ମିଡିଆ ଟାଇମଲାଇନର ଶୋଭା ବଢ଼ାଉଛି ।

ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ୍ ପୂର୍ବରୁ କାଞ୍ଚନ ଜୋଶୀଙ୍କୁ ବିବାହ କରିଥିଲେ । ଆଇଆଇଟି ଦିଲ୍ଲୀରେ କାଞ୍ଚନଙ୍କୁ ଭେଟିଥିଲେ ଦୀପିନ୍ଦର । ନିକଟରେ ନିରାମିଷ ଖାଦ୍ୟ ଡେଲିଭରି କରୁଥିବା ଡେଲିଭରି ବୟଙ୍କ ଲାଗି ସବୁଜ ପୋଷାକକୁ ନେଇ ଜୋମାଟୋ ବିବାଦକୁ ଆସିବା ପରେ ଦୀପିନ୍ଦର ଦ୍ୱିତୀୟ ବିବାହ କରିଥିବା ଖବର ଆସିଛି ।

୪୧ ବର୍ଷୀୟ ଦୀପିନ୍ଦର ଗୋୟଲ୍ ନୂଆ ପିଢ଼ିର ଅଗ୍ରଣୀ ଭାରତୀୟ ଉଦ୍ୟୋଗୀମାନଙ୍କ ମଧ୍ୟରୁ ଅନ୍ୟତମ । ସେ ୨୦୦୮ ମସିହାରେ ଜୋମାଟୋ ଆରମ୍ଭ କରିଥିଲେ । ତା ପୂର୍ବରୁ ବେନ୍ ଆଣ୍ଡ କମ୍ପାନୀରେ କାମ କରୁଥିଲେ ଦୀପିନ୍ଦର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.