ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆୟୁଷ୍ମାନ ଯୋଜନାରେ ଏମାନେ ହେବେନି ହିତାଧିକାରୀ, ଦେଖି ନିଅନ୍ତୁ ପୁରା ଲିଷ୍ଟ ...

ନୂଆଦିଲ୍ଲୀ,୫।୬: ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି ଲୋକେ। ରୋଗର ଚିକିତ୍ସା ପାଇଁ ଦିନକୁ ଦିନ ବଢୁଛି ହସ୍ପିଟାଲର ସଂଖ୍ୟା। ତେବେ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, ସେମାନଙ୍କ ପାଇଁ ଡାକ୍ତରଖାନାର ଅଧିକ ଖର୍ଚ୍ଚ ବହନ କରିବା କଷ୍ଟକର। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆୟୁଷ୍ମାନ ଭାରତ ଯୋଜନା। 

ଆଜିର ଜୀବନଶୈଳୀ ଏବେ ପାଲଟିଛି ରୋଗର କାରଣ। ହେଲେ ଗରିବ ଲୋକଟିଏ ପାଇଁ ଚିକିତ୍ସା ଖର୍ଚ୍ଚ ବହନ କରିବା ଖୁବ୍ କଷ୍ଟକର। ତା ସହ ହସ୍ପିଟାଲରେ ରହି ଚିକିତ୍ସା କରିବା ଆହୁରି ବଡ଼ ଚିନ୍ତାର କାରଣ। ଗରିବ ଶ୍ରେଣୀର ଲୋକଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ କାର୍ଡ ପ୍ରସ୍ତୁତ କରାଯାଏ ଏବଂ ଏହି କାର୍ଡ ମାଧ୍ୟମରେ କାର୍ଡଧାରୀ ତାଲିକାଭୁକ୍ତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଏହି ଯୋଜନାରେ ମଧ୍ୟ ବହୁତ କିଛି ନିମୟ ରହିଛି। ଯୋଜନା ଅନ୍ତର୍ଗତ କିଏ ଆସିବେ ଓ କିଏ ନଆସିବେ ତାହାର ଏକ ତାଲିକା ମଧ୍ୟ ରହିଛି। ତେବେ ଏହି ଯୋଜନା ପାଇଁ କିଏ ଯୋଗ୍ୟ ଓ କିଏ ନୁହେଁ ଆସନ୍ତୁ ଜାଣିବା।

ଆୟୁଷ୍ମାନ ଯୋଜନା ଅନୁଯାୟୀ, ଯେଉଁ ଲୋକମାନେ ସଂଗଠିତ କ୍ଷେତ୍ରରେ କାମ କରନ୍ତି। ଇଏସ୍‌ଆଇସିର ଲାଭ ଉଠାଉଛନ୍ତି, ଟ୍ୟାକ୍ସ ଭରନ୍ତି,ସରକାରୀ କର୍ମଚାରୀ, ଆର୍ଥିକ ରୂପରେ ସମ୍ପନ୍ନ ଏବଂ ଯାହାଙ୍କର ପିଏଫ୍ କଟୁଛି ସେମାନେ ଏହାର ଲାଭ ଉଠାଇ ପାରିବେନି। ଯେଉଁ ଲୋକ ଗାଁରେ ରୁହନ୍ତି ସେମାନେ ଏହାର ଲାଭ ପାଇବେ। କେବଳ ସେତିକି ନୁହେଁ ଅନୁସୂଚିତ ଜାତି କିମ୍ବା ଜନଜାତିର ଲୋକ ଓ  ଦିନ ମଜୁରିଆଙ୍କୁ ମିଳିବ ସୁବିଧା। ଯାହାଙ୍କ ପରିବାରରେ କେହି ଦିବ୍ୟାଙ୍ଗ ଅଛନ୍ତି ଓ ତାଙ୍କୁ ଏହି ଲାଭ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.