ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡକାୟତି ଯୋଜନା ବେଳେ ନାବାଳକ ସମେତ ୪ ଜଣ ପୋଲିସ ହାତରେ ଧରାପଡିଲେ

ଖଲ୍ଲିକୋଟ , ୨୭।୫ ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥୁରିନାଳ ଠାରେ ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ। ଜଣେ ନାବାଳକ ସମେତ ୪ ଡକାୟତ ଧରାପଡିଛନ୍ତି। 

 ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ଦେଇଥିବା ସୂଚନା ଅନୁଯାୟୀ, ପଥୁରିନାଳ ନିକଟରେ ଥିବା ସାତ ଭଉଣୀ ମନ୍ଦିର ଠାରେ ଏକ ଡକାୟତ ଦଳ ଡକା୍ୟତି ଯୋଜନା କରୁଥିବା ର ଖବର ପାଇ ପୋଲିସ ଚଢ଼ାଉ କରି ଜଣେ ନାବାଳକ ସମେତ ୪ ଜଣଙ୍କୁ କାବୁ କରିଥିଲେ। ଗିରଫ ଡକାୟତ ମାନେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବରପଦର ଗ୍ରାମ ର କାହ୍ନା ନାୟକ (୪୮), ବେଗୁନିଆପଡା ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମ ର ଅନିଲ କୁମାର ଜେନା (୨୨) । ସେମାନଙ୍କ ନିକଟ ରୁ ପୋଲିସ ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ, ଗୋଟିଏ ଲୁହା ରଡ଼, ଦୁଇଟି ଅଫୁଟା ବୋମା ଓ ୪ ଟି ଖାଲି ମଦ ବୋତଲ ଜବତ କରିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.