ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ରାତି ଖାଇବା ପରେ ଏଭଳି ଭୁଲ୍ କରୁଥିଲେ ସାବଧାନ ! ବଢ଼ିପାରେ ଆପଣଙ୍କ ଓଜନ...

ନୂଆଦିଲ୍ଲୀ, ୧୦।୯: ଓଜନ ବୃଦ୍ଧି ବର୍ତ୍ତମାନ ଅନେକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଏଥିପାଇଁ କିଛି ଲୋକ ବ୍ୟାୟାମ କରୁଥିବା ବେଳେ କିଛି ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତି । କିନ୍ତୁ, ସାଧାରଣତଃ ଖାଇବା ପରେ ଲୋକ ଏଭଳି ଭୁଲ୍ କରିବସନ୍ତି, ଯାହା ଫଳରେ ଓଜନ ବୃଦ୍ଧି ହୋଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ, ରାତିରେ ଖାଇବା ପରେ ତୁରନ୍ତ ଶୋଇବା ଉଚିତ୍ ନୁହେଁ । ଏହା ମୋଟାପଣ ବୃଦ୍ଧି କରିବାର ସହାୟକ ହୁଏ । ଏଥିସହ ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । ତେବେ ରାତି ଖାଇବା ପରେ କେଉଁ ଜିନିଷ ପ୍ରତି ଧ୍ୟାନ ଦେବେ ଆସନ୍ତୁ ଜାଣିବା । 

ଅଧିକ ମାତ୍ରାରେ ପାଣି ପିଇବା:

ଶରୀରକୁ ହ୍ରାଇଡ୍ରେଟ୍ ରଖିବା ପାଇଁ ପାଣି ପିଇବା ଜରୁରୀ । କିନ୍ତୁ, ଖାଇବା ପରେ ତୁରନ୍ତ ପାଣି ପିଇବା ଭଲ ନୁହଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଖାଦ୍ୟ ଖାଇବା ପରେ ଏହା ହଜମ ହେବାକୁ ସର୍ବନିମ୍ନ ୨ ଘଣ୍ଟା ସମୟ ଲାଗିଥାଏ । ଏହି ସମୟ ମଧ୍ୟରେ ପାଣି ପିଇବା ଫଳରେ ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଏ । ତେଣୁ ଖାଦ୍ୟ ଗ୍ରହଣ କରିବାର ୪୫ରୁ ୬୦ ମିନିଟ୍‌ ପରେ ପାଣି ପିଇବା ଉଚିତ୍ । ସେହିଭଳି ଖାଇବା ପୂର୍ବରୁ ପାଣି ପିଇବାକୁ ହେଲେ ଖାଇବାର ଅଧ ଘଣ୍ଟା ଆଗରୁ ପିଅନ୍ତୁ । 

ଖାଇବା ପରେ ତୁରନ୍ତ ଶୋଇବା:

ଖାଇବା ପରେ ତୁରନ୍ତ ଶୋଇବା ଫଳରେ ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥାଏ । ଫଳରେ ଓଜନ ବୃଦ୍ଧି ହୁଏ । ଏଥିପାଇଁ ଗ୍ୟାସ୍, ଏସିଡିଟି, ଛାତି ପୋଡ଼ିବା ଭଲି ସମସ୍ୟା ମଧ୍ୟ ଦେଖାଦିଏ । ଖାଇବା ଓ ଶୋଇବା ମଧ୍ୟରେ ସର୍ବନିମ୍ନ ୩-୪ ଘଣ୍ଟା ବ୍ୟବଧାନ ରହିବା ଜରୁରୀ । ତେଣୁ ଶୋଇବାର ୩-୪ ଘଣ୍ଟା ପୂର୍ବରୁ ଖାଇବାକୁ ଦୈନିକ ଅଭ୍ୟାସ କରନ୍ତୁ । 

କଫିନ୍‌ର ସେବନ:

କିଛି ଲୋକଙ୍କୁ ଚା’ ଓ କଫି ଏତେ ପସନ୍ଦ ଯେ, ଶରୀରର ଥକ୍କାପଣ ମେଣ୍ଟାଇବା ଲାଗି ଏମାନେ ଦିନକୁ ୪ ଥର ଚା’ କିମ୍ୱା କଫି ପିଇଥାନ୍ତି । ଏପରିକି କିଛି ଲୋକ ଖାଇବାର ତୁରନ୍ତ ପରେ ଚା’ କିମ୍ୱା କଫି ପିଇଥାନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଖାଇବାର ତୁରନ୍ତ ପରେ କଫିନ୍ ଭଳି ପାନୀୟ ପଦାର୍ଥ ଗ୍ରହଣ କରିବା ହାନିକାରକ । ଏହା ଫଳରେ ଶରୀର ଖାଦ୍ୟ ହଜମ କରିବାରେ ସକ୍ଷମ ହୋଇପାରେନାହିଁ । ଏହି କାରଣରୁ ଗ୍ୟାସ୍, ଏସିଡିଟି ଭଳି ସମସ୍ୟା ଉପୁଜେ । ଏଥିସହ ଓଜନ ମଧ୍ୟ ବୃଦ୍ଧି ହୁଏ । 

ବିଳମ୍ୱରେ ରାତ୍ରି ଭୋଜନ:

ବିଳମ୍ୱରେ ରାତ୍ରି ଭୋଜନ କରିବାର ଭୁଲ୍ ବର୍ତ୍ତମାନ ଅଧିକାଂଶ ଲୋକ କରୁଥିବାର ଦେଖାଯାଉଛି । ବିଶେଷ କରି ଯୁବପିଢ଼ି । ସକାଳ କାର୍ଯ୍ୟରେ ଏତେ ବ୍ୟସ୍ତତା ରହିଥାଏ ଯେ, ବିଳମ୍ୱ ରାତି ପର୍ଯ୍ୟନ୍ତ କାମ କରିବାକୁ ପଡ଼େ । ତେଣୁ ଏମାନେ ବିଳମ୍ୱ ଖାଦ୍ୟ ଖାଇଥାନ୍ତି । ଯାହା ପରବର୍ତ୍ତୀ ସମୟରେ ଅଭ୍ୟାସରେ ପରିଣତ ହୋଇଯାଏ । ଓଜନ ବଢ଼ିବାର ଏହା ମୁଖ୍ୟ କାରଣ । ୭ଟାରୁ ୮ଟା ମଧ୍ୟରେ ରାତ୍ରି ଭୋଜନ କରିବାକୁ ଚେଷ୍ଟା କରନ୍ତୁ ଏବଂ ଖାଇବାର ୨-୩ ଘଣ୍ଟା ଅର୍ଥାତ୍, ୧୦ଟାରୁ ୧୧ଟା ମଧ୍ୟରେ ଶୋଇବାକୁ ଚେଷାଟ କରନ୍ତୁ । ଫଳରେ ସକାଳେ ଠିକ୍ ସମୟରେ ଉଠିପାରିବେ । 

ରାତ୍ରି ଭୋଜନରେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:

- ଅଧିକ କାର୍ଯ୍ୟ ବହୁଳତା ହେତୁ ଯଦି ଆପଣଙ୍କୁ ଦୈନିକ ବିଳମ୍ୱରେ ରାତ୍ରି ଭୋଜନ କରିବାକୁ ପଡ଼ୁଛି, ତେବେ ରାତି ଭୋଜନରେ ସୂକ୍ଷ୍ମ ଖାଦ୍ୟ ଗ୍ରହଣ କରନ୍ତୁ । ଯେଉଁଥିରେ ଫାଇବରର ମାତ୍ରା ଅଧିକ ଥିବ । ଖାଦ୍ୟରେ ପରିବା ଓ ସାଲାଡ୍ ସାମିଲ କରନ୍ତୁ ଏହା ହଜମ କରିବାରେ ସାହାଯ୍ୟ କରେ । 

- ରାତ୍ରି ଭୋଜନ ପରେ କିଛି ସମୟ ଧରି ଚାଲିବା ଜରୁରୀ । ଖାଇବା ପରେ ସିଧାସଳଖ ବିଛଣାକୁ ଯିବା ଭଲ ନୁହଁ । 

health care
heavy weight

Copyright © 2022 - Summa Real Media Private Limited. All Rights Reserved.