ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱକପ୍‌ ମ୍ୟାଚ୍‌ର ଟିକେଟ୍‌କୁ ନେଇ ବିସିସିଆଇକୁ ନୋଟିସ୍‌ , କଳାବଜାରୀ ମାମଲା ...ଗାଙ୍ଗୁଲୀଙ୍କ ଭାଇଙ୍କୁ ବି ଡ଼କାଗଲା

କୋଲକାତା : କୋଲକାତା ପୁଲିସ୍‌ ଟିକେଟ୍‌ର କଳାବଜାରୀକୁ ନେଇ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିଲ୍ଲୀଙ୍କୁ ନୋଟିସ୍‌ ପଠାଇଛି। ମାମଲା ଇଡେନ ଗାର୍ଡେନ୍‌ ମୈଦାନରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳା ଯାଉଥିବା ବିଶ୍ୱକପ୍‌ ମୁକାବିଲା ସହ ସମ୍ୱନ୍ଧିତ। ପୁଲିସ ଅଧିକାରୀଙ୍କ ମୁତାବିକ୍, ମ୍ୟାଚ୍‌ର ଟିକେଟ୍‌ କଳାବଜାରୀର ମାମଲାରେ ୨୧ ଜଣ ଲୋକଙ୍କୁ କୋଲକାତାର ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। ପୁଲିସ ଏହି ଲୋକଙ୍କ ପାଖରୁ ଶନିବାର ମୋଟ ୧୨୭ ଟିକେଟ୍‌ ସିଜ୍‌ କରିଥିଲେ।

କୋଲକାତା ପୁଲିସର ଜଣେ ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି କି, ବିସିସିଆଇକୁ ଟିକେଟ୍‌ ବିକ୍ରି ସଂପର୍କିତ କାଗଜପତ୍ର ମୈଦାନ ପୁଲିସ ଥାନାରେ ଉପଲବଧ୍‌ କରିବାକୁ କୁହାଯାଇଛି। ଉକ୍ତ ମାମଲାରେ କ୍ରିକେଟ୍ ଆସୋସିଏସନ ଅଫ୍‌ ବଙ୍ଗାଳ (କ୍ୟାବ୍‌)ର ସଦସ୍ୟମାନେ ଅଭିଯୋଗ ଦାଖଲ କରାଇ ଥିଲେ। ସପ୍ତାହେ ପୂର୍ବରୁ କରାଯାଇ ଥିବା ଏହି ଅଭିଯୋଗରେ କୁହାଯାଇ ଥିଲା କି, କ୍ୟାବ୍‌ ସଦସ୍ୟଙ୍କ ଆକାଉଣ୍ଟର କଳାବଜାରୀ ହେଉଛି। 

ଅଧିକାରୀ ଆହୁରି କହିଛନ୍ତି କି, ବିନ୍ନି ମଙ୍ଗଳବାର ସୁଦ୍ଧା ନିଜେ ସୂଚନା କରାଇ ପାରିବେ। ନୁହେଁତ ବିସିସିଆଇ ପକ୍ଷରୁ ଅନ୍ୟ କାହାକୁ ଦାୟିତ୍ୱ ଦେଇ ମୈଦାନ ପୁଲିସ ଥାନାରେ ଆସି କଥାବାର୍ତ୍ତା କରୁ। ଏହା ପୂର୍ବରୁ ଏହିପରି ନୋଟିସ୍‌ କ୍ୟାବ୍‌ ପ୍ରେସିଡେଣ୍ଟ ସ୍ନେହାଶିଷ୍‌ ଗାଙ୍ଗୁଲୀ ,ଯିଏ କି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଭାଇ, ତାଙ୍କୁ ବି ପଠାଯାଇ ଥିଲା। ଅଧିକାରୀ କହିଛନ୍ତି କି, ବୁକ୍‌ ମାଇଁ ଶୋ ପୋର୍ଟାଲର ଅଧିକାରୀଙ୍କୁ ମଧ୍ୟ ଏହିପରି ନୋଟିସ୍‌ ପଠାଯାଇ ଥିଲା। ବୁକ୍ ମାଇଁ ଶୋ ମ୍ୟାଚ୍‌ର ଟିକେଟ୍‌ର ଏକମାତ୍ର ଅଫିସିଆଲି ବିକ୍ରେତା। 

ସ୍ନେହାଶିଷ ଗାଙ୍ଗୁଲୀ ମଧ୍ୟ ଶନିବାର ଦ୍ୱିପ୍ରହରରେ କୋଲକାତା ପୁଲିସ୍ କମିଶନର ବିନୀତ ଗୋୟଲଙ୍କ ସହ ସାକ୍ଷାତ କରିଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ କ୍ୟାବର ଦୁଇ ଅଧିକାରୀ ମଧ୍ୟ ମୈଦାନ ପୁଲିସ ଥାନାରେ ପହଞ୍ଚି ଥିଲେ ଏବଂ କେସ୍‌ର ଯାଞ୍ଚ ଅଧିକାରୀଙ୍କୁ ଭେଟି ଥିଲେ। ଇଡେନ ଗାର୍ଡେନସରେ ମୋଟ ୬୭୦୦୦ଦର୍ଶକଙ୍କ ବସିବାର କ୍ଷମତା ରହିଛି , ହେଲେ ମୋଟ ୬୪,୨୧୮ଟି ଟିକେଟ୍‌ ଦିଆଯାଇଛି । 

ସ୍ନେହାଶିଷ ଗାଙ୍ଗୁଲୀ ଶୁକ୍ରବାର ମିଡ଼ିଆକୁ କହିଛନ୍ତି କି,କ୍ୟାବ୍‌ ମୋଟ ୧୦ହଜାର, ଲାଇଫ୍‌ , ଆସୋସିଏଟ୍‌ ଓ ଆନୁଆଲ ମେମ୍ୱର୍ସ ଅଛନ୍ତି। ସେ କହିଛନ୍ତି , ଆମେ ଏହି ଲୋକଙ୍କୁ ୩୦୦୦ ମାଗଣା ଟିକେଟ୍‌ ବାଣ୍ଟିଛୁ। ଏହି ଟିକେଟ୍‌ ଗୁଡ଼ିକର ବଣ୍ଟନ, ଅନଲାଇନ୍‌  ଓ ପ୍ରଥମେ ଆସ ପ୍ରଥମେ ପାଅ ଆଧାରରେ କରାଯାଇଛି। ସ୍ନେହାଶିଷଙ୍କ ମୁତାବିକ କ୍ୟାବ୍‌ କୌଣସି ଟିକେଟ୍‌ ବିକ୍ରି କରି ନଥାଏ। ଏହା ସହ ଜଡ଼ିତ ନିଷ୍ପତ୍ତି କେବଳ ବିସିସିଆଇ ନେଇଥାଏ। କ୍ୟାବ୍‌ ମଧ୍ୟ ବୁକ୍‌ ମାଇଁ ଶୋ’ର ଟିକେଟ୍‌ରୁ ଭାଗ ନେଇଥାଏ। ସେ କହିଛନ୍ତି କି କ୍ୟାବ୍‌ର ସବୁ ଟିକେଟ୍‌ ପ୍ରାଇସ୍‌ ୱାଟରହାଉସ୍‌ କୁପର୍ସ ଦ୍ୱାରା ଅଡିଟ୍‌ କରାଯାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.