ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଆନ୍ତର୍ଜାତୀୟ ଡ୍ରଗ୍ ସିଣ୍ଡିକେଟର ପର୍ଦାଫାଶ କଲା ଏନ୍‌ସିବି: ୧୫ କୋଟି ଟଙ୍କାର କୋକେନ୍ ଜବତ, ୨ ଗିରଫ

ମୁମ୍ବାଇ,୧୩।୧୧: ମୁମ୍ବାଇରେ ଏନସିବି ଏକ ଆନ୍ତର୍ଜାତୀୟ ଡ୍ରଗ୍ ସିଣ୍ଡିକେଟର ପର୍ଦାଫାଶ କରିଛି। ମୁମ୍ବାଇର ଏକ ହୋଟେଲରେ ଜାମ୍ବିଆ ନାଗରିକଙ୍କଠାରୁ ଦୁଇ କିଲୋଗ୍ରାମ କୋକେନ ଜବତ କରାଯାଇଛି। ଜଣେ ଏନସିବି ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି, ସାମଗ୍ରୀ ଆଣିଥିବା ଜଣେ ତାଞ୍ଜାନିଆ ମହିଳା ମଧ୍ୟ ଦିଲ୍ଲୀରୁ ଧରାପଡିଛନ୍ତି। ଜବତ ହୋଇଥିବା କୋକେନର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା।

ମାମଲା ସମ୍ପର୍କରେ ସୂଚନା ଦେଇ ଅଧିକାରୀ ଜଣକ କହିଛନ୍ତି, ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଏନସିବି ମୁମ୍ବାଇ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏକ ହୋଟେଲରେ ଚଢାଉ କରାଯାଇଥିଲା, ଯେଉଁଥିରେ ଡ୍ରଗ୍ ଡିଲର ଥିବା ଜାମ୍ବିଆର ନାଗରିକ ଏଲଏ ଗାଲିମୋରଙ୍କୁ ଗିରଫ କରାଯାଇଥିଲା। ଏହି ଅଧିକାରୀ କହିଛନ୍ତି, ବ୍ୟକ୍ତି ଜଣକ ଜାମ୍ବିଆର ଲୁସାକା ଠାରୁ ଆଦିସ ଆବାବା (ଇଥିଓପିଆର ରାଜଧାନୀ) କୁ ଡ୍ରଗ୍ସ ପଠାଇବା ପାଇଁ ଯାଇଥିଲା।

ସୂଚନା ଦେଇ ଅଧିକାରୀ କହିଛନ୍ତି, ବିମାନ ଯୋଗେ ମୁମ୍ବାଇରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ଏକ ହୋଟେଲରେ ପ୍ରବେଶ କରିଥିଲେ। ଏହି ଅବଧି ମଧ୍ୟରେ, ସୂଚନା ପାଇବା ପରେ, ଏନସିବି ଦଳ କ୍ରମାଗତ ଭାବରେ ତାଙ୍କର ସମସ୍ତ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ସେମାନଙ୍କ ସହ ଏକ ବ୍ୟାଗ ମିଳିଥିବା ବେଳେ ଖୋଲିବା ସମୟରେ ଦୁଇ କିଲୋ କୋକିନ୍ ଦୁଇଟି ପ୍ୟାକେଡ୍‌ରୁ ଜବତ କରାଯାଇଥିଲା। ପଚରା ଉଚରାରେ ବେଳେ  ଉକ୍ତ ବ୍ୟକ୍ତି ଡ୍ରଗ୍ କାରବାରରେ ସମ୍ପୃକ୍ତ କିଛି ହାଣ୍ଡେଲରଙ୍କ ବିଷୟରେ ଏନସିବି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଜଣେ ହ୍ୟାଣ୍ଡଲରଙ୍କ ଦ୍ୱାରା ତାଙ୍କୁ ଗାଇଡ୍‌କରାଯାଉଥିବା ଅଧିକାରୀ ଜଣକ କହିଛନ୍ତି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.