ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଡି ରିମାଣ୍ଡରେ ଥିବା ଅରବିନ୍ଦ କେଜ୍ରିୱାଲ୍ ଅସୁସ୍ଥ ନେଇ ଆପର ଦାବି, ଖସୁଛି ରକ୍ତ ସର୍କରା ସ୍ତର

ନୂଆଦିଲ୍ଲୀ, ୨୭/୦୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଅସୁସ୍ଥ ହୋଇ ପଡ଼ିଛନ୍ତି । ଆମ୍ ଆଦମୀ ପାର୍ଟି ଦାବି କରିଛି, ଇଡି ରିମାଣ୍ଡରେ ଥିବା କେଜ୍ରିୱାଲ୍ ଅସୁସ୍ଥ ଅଛନ୍ତି । କେଜ୍ରିୱାଲଙ୍କ ରକ୍ତ ସର୍କରା ସ୍ତର ଲଗାତାର ବଢ଼ୁଛି ଖସୁଛି । ଏବେ ଅରବିନ୍ଦ କେଜ୍ରିୱାଲଙ୍କ ରକ୍ତ ସର୍କରା ସ୍ତର ୪୬କୁ ଖସି ଆସିଛି । ଡାକ୍ତରଙ୍କ କହିବା ଅନୁସାରେ, ରକ୍ତ ସର୍କରା ସ୍ତର ଏତେ ଖସିବା ବିପଜ୍ଜନକ ।

ଏହା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଏକ ଭିଡିଓ ଜାରି କରି କହିଥିଲେ, ସେ ମଙ୍ଗଳବାର ସନ୍ଧ୍ୟାରେ ଜେଲରେ କେଜ୍ରିୱାଲଙ୍କୁ ଭେଟି ଥିଲେ । କେଜ୍ରିୱାଲଙ୍କ ମଧୁମେହ ରହିଥିବା ବେଳେ ରକ୍ତ ସର୍କରା ସ୍ତର ଠିକ୍ ରହୁ ନାହିଁ । କିନ୍ତୁ କେଜ୍ରିୱାଲ ବହୁତ ସାହାସୀ ଓ ସଚ୍ଚା ଦେଶଭକ୍ତ । କେଜ୍ରିୱାଲଙ୍କ ଶରୀର ଜେଲ୍ ଭିତରେ ରହିଥିବା ବେଳେ ଆତ୍ମା ସମସ୍ତଙ୍କ ପାଖରେ ରହିଛି । ଆଖି ବନ୍ଦ କଲେ ଆପଣମାନେ ମୋତେ ପାଖରେ ପାଇ ପାରିବେ ବୋଲି କେଜ୍ରିୱାଲ୍ କହିଥିବା ସୁନୀତା କହିଥିଲେ ।

ଏହା ଛଡ଼ା ସୁନୀତା କହିଥିଲେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ ବେଳେ ଟଙ୍କାଟିଏ ବି ମିଳି ନାହିଁ । ମାର୍ଚ୍ଚ ୨୮ ଗୁରୁବାର କେଜ୍ରିୱାଲ୍ ଅଦାଲତରେ ହାଜର ହେବା ସମୟରେ ବଡ଼ ଖୁଲାସା କରିବେ ବୋଲି କହିଛନ୍ତି ସୁନୀତା । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ କରିଥିଲା ଇଡି । ଏହାପରେ କୋର୍ଟ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଇଡି ରିମାଣ୍ଡରେ ପଠାଇଥିଲେ ।

ସୁନୀତାଙ୍କ ଅନୁସାରେ, କେଜ୍ରିୱାଲ୍ କହିଛନ୍ତି ସେ ମାର୍ଚ୍ଚ ୨୮ରେ ସବୁ ସତ କହିବା ସହ ପ୍ରମାଣ ବି ଦେବେ । ସେ କହିଛନ୍ତି, ଇଡି ୨ ବର୍ଷ ଧରି ତଦନ୍ତ କରୁଥିଲେ ମଧ୍ୟ ଟଙ୍କାକର ପ୍ରମାଣ ପାଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରେଡ୍ କରିଥିବା ବେଳେ ମାତ୍ର ୭୩ ହଜାର ଟଙ୍କା ମିଳିଛି । ଜେଲରେ ଥିବା ବେଳେ ସରକାରୀ ନିର୍ଦ୍ଦେଶନାମା ଜାରି କରିବା କେନ୍ଦ୍ରକୁ ଅଡ଼ୁଆରେ ପକାଇଛି । କଣ ଦିଲ୍ଲୀକୁ ବରବାଦ କରିବାକୁ କେନ୍ଦ୍ର ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.