ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ସିବିଆଇ ଆମ କନଟ୍ରୋଲରେ ନାହିଁ’, ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ କହିଲା କେନ୍ଦ୍ର

ନୂଆଦିଲ୍ଲୀ,୨।୫: ସିବିଆଇ ଉପରେ ଭାରତ ସରକାରଙ୍କ ନିୟନ୍ତ୍ରଣ ନାହିଁ। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଗୁରୁବାର ଏହା କହିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ରାଜ୍ୟରେ ବହୁ ମାମଲାର ଯାଞ୍ଚ ସିବିଆଇ ହାତକୁ ଯିବା ପରେ ଏକ ଆବେଦନକୁ ନେଇ କେନ୍ଦ୍ର ସରକାର ଏହା କହିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ କହିବା ଅନୁସାରେ, ରାଜ୍ୟର ଅନୁମତି ବିନା ସିବିଆଇ ବହୁ ମାମଲାରେ ତଦନ୍ତ କରୁଛି। ଏଭଳି କରିବା ଭୁଲ ଓ ସଙ୍ଘୀୟ ଢାଞ୍ଚା ବିରୋଧରେ ରହିଛି। ଏହା ଉପରେ ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ, ସିବିଆଇ ଆମ ନିୟନ୍ତ୍ରଣରେ ନାହିଁ। କେନ୍ଦ୍ର ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଏହି କଥା କହିଛନ୍ତି।

ଉଲ୍ଲେଖନୀୟ ଯେ,ପଶ୍ଚିମବଙ୍ଗ ସରକାର କହିଛନ୍ତି, ସିବିଆଇ ରାଜ୍ୟର ପୂର୍ବଅନୁମତି ବିନା କୌଣସି ମାମଲାରେ ନିଜର ତଦନ୍ତକୁ ଆଗକୁ ବଢାଉଛି। ପଶ୍ଚିମବଙ୍ଗ ସରକାର ସମ୍ବିଧାନର ଧାରା ୧୩୧ ଅନୁସାରେ, କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲା। ଏଥିରେ ଅଭିଯୋଗ ହୋଇଥିଲା ଯେ,ସିବିଆଇ ପ୍ରାଥମିକ ମାମଲା ରୁଜୁ ପରେ ତଦନ୍ତ କରଉଛି। ଏହା ସେତେବେଳେ ହେଉଛି, ଯେତେବେଳେ ରାଜ୍ୟ ନିଜ ଅଧିକାର କ୍ଷେତ୍ରରେ ସଂଘୀୟ ଏଜେନ୍ସିକୁ ମାମଲାର ଯାଞ୍ଚ ପାଇଁ ଦିଆଯାଇଥିବା ସାଧାରଣ ସହମତି ଫେରାଇ ନେଇଛି। 

ଅନୁଚ୍ଛେଦ ୧୩୧  ଅନୁଯାୟୀ କେନ୍ଦ୍ର ଓ ଏକାଧିକ ରାଜ୍ୟ ଭିତରେ ବିବାଦରେ ସୁପ୍ରିମକୋର୍ଟଙ୍କ ମୂଳ ଅଧିକାର କ୍ଷେତ୍ର ସହିତ ଜଡିତ ରହିଛି। କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତା ନ୍ୟାୟମୂର୍ତ୍ତି ବିଆର ଗଭଇ ଓ ନ୍ୟାୟମୂର୍ତ୍ତି ସନ୍ଦୀପ ମେହେତାଙ୍କ ପୀଠ କହିଛନ୍ତି, ସମ୍ବିଧାନର ଧାରା ୧୩୧ ଅନୁସାରେ, ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ସର୍ବାଧିକ ପବିତ୍ର ଅଧିକାର ପରିସର ମଧ୍ୟରୁ ଏହା ଅନ୍ୟତମ ଓ ଏହି ନିୟମର ଦୂରୁପଯୋଗ କରିବାର ଅନୁମତି ଦିଆଯାଇ ହେବନି। ସେ କହିଛନ୍ତି , ରାଜ୍ୟ ଯେଉଁ ମାମଲା ରୁଜୁ କରିଛି ଓ ସେଥିରେ ଯେଉଁ ମାମଲାର ଆଲୋଚନା ହୋଇଛି ତାହା କେନ୍ଦ୍ର ସରକାର ରୁଜୁ କରିନାହାନ୍ତି। ସିବିଆଇ ରୁଜୁ କରିଛି।  ସିବିଆଇ ଭାରତ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.