ନୂଆଦିଲ୍ଲୀ,୧୫।୯: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହିତ ଚାଲିଥିବା ଏନକାଉଣ୍ଟରରେ ସହିଦ କର୍ଣ୍ଣଲ ମନପ୍ରୀତଙ୍କୁ ମୋହାଲିରେ ଦିଆଯାଇଛି ଅନ୍ତିମ ବିଦାୟ। ତାଙ୍କ ବାସଭବନରେ ହଜାର ହଜାର ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା। ସମସ୍ତେ କର୍ଣ୍ଣଲଙ୍କୁ ହରାଇବା ଦୁଃଖରେ ଥିଲେ। ଏହି ସମୟରେ ଏଭଳି କିଛି ଦୃଶ୍ୟ ଥିଲା ଯାହା ସମସ୍ତଙ୍କୁ ଭାବୁକ କରିଦେଇଥିଲା। ତାହା ଥିଲା କର୍ଣ୍ଣଲ ମନପ୍ରୀତଙ୍କ କୁନିପୁଅ, ଯିଏକି ସେନା ୟୁନିଫର୍ମରେ ନିଜ ବାପାଙ୍କୁ ସାଲ୍ୟୁଟ କରି ଅନ୍ତିମ ବିଦାୟ ଦେଇଥିଲେ। ଏହା ଦେଖି ସେଠାରେ ଥିବା ସବୁ ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା। କର୍ଣ୍ଣଲ ମନପ୍ରୀତ ଅମର ରହେ ସ୍ଲୋଗାନ ବହୁତ ସମୟ ପଯ୍ୟନ୍ତ ଶୁଣିବାକୁ ମିଳିଥିଲା।
#WATCH | Son of Col. Manpreet Singh salutes before the mortal remains of his father who laid down his life in the service of the nation during an anti-terror operation in J&K's Anantnag on 13th September
— ANI (@ANI) September 15, 2023
The last rites of Col. Manpreet Singh will take place in Mullanpur… pic.twitter.com/LpPOJCggI2
କେବଳ ସେତିକି ନୁହେଁ ଏହି ସମୟରେ କର୍ଣ୍ଣଲ ମନପ୍ରୀତଙ୍କ ଝିଅ ମଧ୍ୟ ବାପାଙ୍କୁ ସାଲ୍ୟୁଟ କରୁଥିବାର ଦେଖିବାକୁ ମିଳିଥିଲେ। କର୍ଣ୍ଣଲଙ୍କ ଦୁଇ ସନ୍ତାନଙ୍କ ଏହି ଫଟୋ ଲୋକଙ୍କୁ ଖୁବ୍ ଇମୋନସାଲ କରିଦେଇଛି। ସମସ୍ତଙ୍କ ପାଟିରେ କେବଳ ଗୋଟିଏ ଶବ୍ଦ, ତାହା ହେଲା –ଯବାନ ବଞ୍ଚିଛନ୍ତି। ଏହି ସମୟରେ କର୍ଣ୍ଣଲଙ୍କ ପତ୍ନୀ ଜଗମିତ କୌରଙ୍କୁ ଦୁଃଖରେ ଖୁବ୍ ଭାଙ୍ଗିପଡିଥିବାର ଦେଖିବାକୁ ମିଳିଥିଲା। ସେ କହିଛନ୍ତି ବୁଧବାର ରାତିରେ କର୍ଣ୍ଣଲଙ୍କ ସହିତ କଥା ହୋଇଥିଲି, ତେବେ ସେ କହିଥିଲେ, ପରେ କଥା ହେବି। ଏତେ ଅପରେସନ୍ରେ ଯାଉଛି।’ କର୍ଣ୍ଣଲ ମନପ୍ରୀତ ନିକଟରେ ନିଜ ଘରକୁ ଆସିଥିଲେ ଓ ପରିବାରକୁ ଭେଟିଥିଲେ। ଏହି ସମୟରେ କର୍ଣ୍ଣଲ ମନପ୍ରୀତଙ୍କ ଶଳା ରାହୁଲ ଗ୍ରେବାଲ କହିଛନ୍ତି, ଦୁହିଁଙ୍କ ବିବାହ ୨୦୧୬ ରେ ହୋଇଥିଲା ଓ ୭ ବର୍ଷ ପରେ ଏହା ଦେଖିବାକୁ ପଡୁଛି।