ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଭିସିଲ୍ଡକୁ ନେଇ ଆଶ୍ବସ୍ତିଜନକ ଖବର, ୧୦ ଲକ୍ଷରୁ କେବଳ ୭ ଜଣଙ୍କୁ ହୋଇଥାଏ ସାଇଡଇଫେକ୍ଟ: ଆଇସିଏମ୍ଆର ବୈଜ୍ଞାନିକ

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ଭ୍ୟାକସିନ୍ କୋଭିସିଲ୍ଡକୁ ନେଇ ଭୟ ଭିତରେ ଆଇସିଏମ୍‌ଆରର ପୂର୍ବତନ ବୈଜ୍ଞାନିକ ଆଶ୍ବସ୍ତି ଭରା  ସୂଚନା ଦେଇଛନ୍ତି। ତାଙ୍କର କହିବା ଅନୁସାରେ, କରୋନା କୋଭିସିଲ୍ଡ ଟିକାକୁ ନେଇ କାହାକୁ ଡରିବାର ଦରକାର ନାହିଁ।  ଏହାର ସାଇଡ୍ ଇଫେକ୍ଟ ଦୁର୍ଲଭରୁ ଦୁର୍ଲଭ ମାମଲାରେ ହୋଇଥାଏ। କେବଳ ଏହା ନୁହେଁ, ସେ କହିଛନ୍ତି, ଭ୍ୟାକସିନ୍ ନେଉଥିବା ୧୦ ଲକ୍ଷ ଲୋକଙ୍କ ଭିତରୁ ୭ କିମ୍ବା ୮ ଜଣଙ୍କୁ ହାର୍ଟ ଆଟାକ୍ କିମ୍ବା ରକ୍ତ ଜମାଟ ବାନ୍ଧିବା ଭଳି ରିସ୍କ ହୋଇପାରେ। ଏହି ସାଇଡଇଫେକ୍ଟକୁ ଥୋମ୍ବେ୍ରାସିସ୍ ଥ୍ରୋମ୍ବୋସାଇଟୋପୋନିୟା ସିଣ୍ଡେ୍ରାମ(ଟିଟିଏସ୍) କୁହାଯାଉଛି। ଆଇସିଏମ୍‌ଆରର ପୂର୍ବତନ ବୈଜ୍ଞାନିକ ଡକ୍ଟର ରମନ୍ ଗଙ୍ଗାଖେଡେକର କହିଛନ୍ତି, ଭ୍ୟାକସିନ୍‌ ପ୍ରତି କୌଣସି ପ୍ରକାର ରିସ୍କ ନାହିଁ।

ଏହା ଦୁର୍ଲଭରୁ ଦୁର୍ଲଭ ମାମଲା। ସେ କହିଛନ୍ତି, ଯେତେବେଳେ ଆପଣ ପ୍ରଥମ ଡୋଜ୍ ନିଅନ୍ତି ତାହା ସବୁଠାରୁ ଅଧିକ ରିସ୍କ ହୋଇଥାଏ। ଦ୍ବିତୀୟ ଡୋଜ୍‌ ନେବାପରେ  ଏହା କମ୍‌ହୋଇଯାଇଥାଏ ଓ ତୃତୀୟ ଡୋଜ୍ ବେଳକୁ ସରି ଯାଇଥାଏ। ଯଦି ସାଇଡ୍ ଇଫେକ୍ଟ  ଥାଏ ତେବେ ଆରମ୍ଭ ଦୁଇରୁ ତିନି ମାସ ଭିତରେ ଏହାର ପ୍ରଭାବ ଦେଖିବାକୁ ମିଳିବ।’ ତାଙ୍କର କହିବା ଅନୁସାରେ, ଭ୍ୟାକସିନ୍ ନେବାର ବହୁ ବର୍ଷ ପରେ ଏହାକୁ ନେଇ ଡରିବା  ଦରକାର ନାହିଁ। ଏହି ପୁରା ମାମଲା ବ୍ରିଟେନ୍‌ର ଏକ କୋର୍ଟରେ ଚାଲିଥିବା କେସ୍‌ରୁ ଆରମ୍ଭ ହୋଇଛି। ସେଠାରେ କିଛି ମୃତକଙ୍କ ପରିବାର ଲୋକ ଦାବି କରିଥିଲେ ଯେ, ଭ୍ୟାକସିନ୍ ନେବା ପରେ ତାଙ୍କର ମୃତ୍ୟୁ ହୋଇଛି।

ଏହି କେସ୍ ଚାଲିଥିବା  ବେଲେ କୋର୍ଟରେ ଭ୍ୟାକସିନ୍‌ ପ୍ରସ୍ତୁତ କରୁଥିବା କମ୍ପାନୀ ଆଷ୍ଟେ୍ରାଜେନିକା ସ୍ବୀକାର କହିଥିଲା ଯେ, ଏହି ଭ୍ୟାକସିନ୍ ଦ୍ବାରା ରକ୍ତ ଜମାଟ ବାନ୍ଧିବାର ସମସ୍ୟା ହୋଇଥାଏ। ଭାରତରେ ଏହି ଭ୍ୟାକସିନ୍‌ର ଉତ୍ପାଦନ କରୁଥିବା ସୀରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରିଛି, ଯାହାର ନାଁ କୋଭିସିଲ୍ଡ ରଖାଯାଇଛି। ଭାରତରେ ପ୍ରାୟ ୧୦% ଲୋକ କୋଭିସିଲ୍ଡର ଟୀକା ଲଗାଇଛନ୍ତି। ବ୍ରିଟେନ୍‌ରେ ଚାଲିଥିବା କେସ୍‌ର ଖବର ଯେତେବେଳେ ମିଡିଆରେ ଆସିଥିଲା କିଛି ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥିଲା।  ଏହାକୁ ନେଇ ଯେତେବେଳେ ଆଇସିଏମ୍‌ଆରର ପୂର୍ବତନ ବୈଜ୍ଞାନିକଙ୍କୁ ପଚାରା ଯାଇଥିଲା ଯେ, ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କର କହିବା ଅନୁସାରେ, କୌଣସି ଭ୍ୟାକସିନରୁ କିଛି ସାଇଡଇଫେକ୍ଟ ହୋଇପାରେ, କିନ୍ତୁ ସମୟ ସହିତ ଶେଷ ହୋଇଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.